mobile header

ଲଗାଣ ବର୍ଷା ଯୋଗୁଁ ଘର ର କାନ୍ଥ ଭୁଷୁଡି ପଡିଲା ଅପ୍ଳକେ ବର୍ଷିଲେ ପରିବାର


କାଲିମେଳା ତା ୧୨/୭ ସାରା ଓଡ଼ିଶାରେ ଲାଗି ରହିଥିବା ବର୍ଷା ର ପ୍ରବାହ ରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଗତ ଏକ ସପ୍ତାହ ଧରି ଯିପି ଯିପିବର୍ଷା ଲାଗି ରହିଛି।ଯାଫଳରେ ଏଅଞ୍ଚଳର ରାସ୍ତା ଘାଟ ଠାରୁ ଆରମ୍ଭ କରି ଚାଷ ଜମି ଗୁଡ଼ିକ ଜଳ ମଗ୍ନ ହୋଇ ରହିଛି। ଲୋକ ମାନଙ୍କ ଜୀବନ ବିପଦାପନ୍ନ ହେଉଥିବାରୁ ଦେଖିବାକୁ ମିଳିଛି। ଠିକ୍ ଏହି କାରଣରୁ ତଥା ଲଗାଣ ବର୍ଷା ଯୋଗୁଁ ଘର ର କାନ୍ଥ ସମ୍ପର୍ଣ୍ଣ ଭାବେ ଭିଜି ଯାଇ ଭୂସିଡି ପଡିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ବଡିଗେଟା ଗ୍ରାମ ପଞ୍ଚାୟତ ଅଧୀନ ଏମ:ପି:ଭି ୩୨ ଗ୍ରାମ ରେ। ଗ୍ରାମ ର ମଧୁସୂଦନ ସରକାର ଙ୍କ ସ୍ତ୍ରୀ ଦିପାଲି ସରକାର ଙ୍କ ଘରେ। ଗତ କାଲି ସୋମବାର ଅପରାହ୍ନ ୪ ଟା ବେଳେ ନିଜର ଦୁଇ ସନ୍ତାନ ସ୍ଵାମୀ ଓ ସ୍ତ୍ରୀ ଘର ଭିତରେ ଥିଲା ବେଳେ ହଠାତ୍ ଘରର କାନ୍ଥ ବର୍ଷାପାଣି ରେ ଅଦା ହୋଇ ଭୁସିଡି ପଡ଼ିଥିଲା ଅଳ୍ପକେ ବର୍ତ୍ତି ଯାଇଛନ୍ତି ମଧୁସୂଦନ ସରକାର ଙ୍କ ପରିବାର। କାରଣ କାନ୍ଥ ଭୁଷୁଡି ପଡିଲା ବାହାର ପଟେ ଯଦି ଘର ର କାନ୍ଥ ଭିତରେ ପଟେ ପଡ଼ିଥିଲେ ଘର ଚାରି ଜଣ ଉପରେ ନିଶ୍ଚିତ ଭାବରେ ଏକ ବିପଦ ଘଟିଥାନ୍ତା ବୋଲି ଅଞ୍ଚଳ ବାସୀ ଓ ବଡିଗେଟା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ସୋମନାଥ ପଡିଆମି ମତ ପ୍ରକାଶ କରିବା ସହିତ ଘରର କାନ୍ଥ ଭୁଷୁଡି ଥିବା ପରିବାର କୁ ସାହାଯ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ଦାବି ଜଣାଇଛନ୍ତି।

Leave A Reply

Your email address will not be published.