mobile header

ଲଗାଣ ବର୍ଷା ଯୋଗୁଁ ଓଡିଶା ର ସୀମାନ୍ତ ମୋଟୁ ସହ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ କୁ ଯୋଗାଯୋଗ ବିଚ୍ଛିନ୍ନ।

କାଲିମେଳା , ତା ୧୧ / ୭ : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅଞ୍ଚଳରେ ପ୍ରାୟ ଏକ ସପ୍ତାହ ଧରି ଯିପି ଯିପିବର୍ଷା ଲାଗି ରହିଛି । ଏଥିସହ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବର୍ତ୍ତମାନ ଗୋଦାବରୀ ନଦୀ ଧୀରେ ଧୀରେ ଫୁଲିବାରେ ଲାଗିଛି । ଗୋଦାବରୀର ନଦୀରେ ଜଳସ୍ତର ବର୍ତ୍ତମାନ ୫୩ଫୁଟ ଉପରେ ରହିଛି । ଫଳରେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ମୋଟୁ – ଭଦ୍ରାଞ୍ଚଳମ ମୁଖ୍ୟ ରାସ୍ତାର ଅନେକ ସ୍ଥାନ ବୁଡ଼ି ଯାଇଥିବା ଜଣା ପଡ଼ିଛି । ମୋଟୁରୁ ଚିନ୍ତୁର ଯିବା ମୁଖ୍ୟରାସ୍ତାର କୁଇଗୁର ରାସ୍ତା ଉପରେ ୪ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ମୋଟୁରୁ ଚିନ୍ତୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି । ସେହିପରି ଚିନ୍ତୁରୁ ର ଭଦ୍ରାଚାଲାମ ମୁଖ୍ୟ ରାସ୍ତାର ନିଲିପାକା ନିକଟରେ ମଧ୍ୟ ରାସ୍ତା ଉପରେ ଗୋଦାବରୀ ନଦୀର ଜଳ ପ୍ରବାହିତ ହେବାରୁ ଓଡ଼ିଶାରୁ ଆନ୍ଧ୍ର, ତେଲେଙ୍ଗାନା କୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି । ଓ ଅନେକ ଚାଷ ଜମି ଗୁଡ଼ିକ ଜଳ ମଗ୍ନ ରହିଛି ଯଦ୍ୱାରା ଫସଲ ନଷ୍ଟ ହୋଇଯାଇଛି ।ରାସ୍ତା ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଫସି ରହିଥିବା ଦୃଶ୍ୟ ପରିଲକ୍ଷିତ ହେଉଛି । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲିବାରୁ ମୋଟୁ ନିକଟରେ ଥିବ ଚିନା ଗୋଦାବରୀ ନଦୀ ର ଜଳସ୍ତର ମଧ୍ୟ ଫୁଲିବା ଆରମ୍ଭ କରୁଛି। ମୋଟୁ ନିକଟରେ ଚିନା ଗୋଦାବରୀ ନଦୀରେ ସିଲେରୁ ଓ ସାବେରୀ ନଦୀ ମିଶିଥିବାରୁ ଯଦି ଚିନା ଗୋଦାବରୀ ନଦୀ ଫୁଲେ ତେବେ ସିଲେରୁ ଓ ସାବେରୀ ନଦୀ ମଧ୍ୟ ଫୁଲିବ ଏଥିଯୋଗୁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ପାଇଁ ବିପଦ ବଢ଼ି ପାରେ । ସେ ନେଇ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଠିକ୍ ସେହିପରି ଏମ :ଭି:୯୬ ପୋଲ ଉପରେ ମଧ୍ୟ ଗତକାଲି ବର୍ଷା ପାଣି ୨ ରୁ ୩ ଫୁଟ ପ୍ରବାହିତ ହେଉଥିଲା ଓ ଯାତାୟତ ଗତକାଲି ବିଳମ୍ବିତ ରାତିରେ ବନ୍ଦ ରହିଥିଲା ଓ ଆଜି ସକାଳୁ ଏହି ବାଟ ଖୋଲିଗଲା କିନ୍ତୁ ବର୍ଷା ପାଣି ଜମି ରହିଥିବାରୁ ବର୍ତମାନ ସୁଦ୍ଧା ଅନେକ ଚାଷ ଜମି ଗୁଡ଼ିକ ଜଳ ମଗ୍ନ ରହିଛି । ଜମିରେ ବାଲି ଚୋର ହୋଇ ସମ୍ପର୍ଣ୍ଣ ଫସଲ ନଷ୍ଟ ହୋଇଯାଇଛି।ଏ ନେଇ ଚାଷୀମାନେ ମୁଣ୍ଡ ରେ ହାତ ଦେଇ ଚିନ୍ତା ରେ ବସିଛନ୍ତି ।


Leave A Reply

Your email address will not be published.