mobile header

ମାଲକାନଗିରିରେ ଲଗାଣ ବର୍ଷା : ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ

ମାଲକାନଗିରି ୧୨।୭: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି । ମୋଟୁ ସୀମାନ୍ତଠାରୁ ୨ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।

ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରି ଜିଲ୍ଲାର ମୋଟୁ ଓ ଆନ୍ଧ୍ର ପ୍ରଦେଶ ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସୋମବାର ରାତିରୁ ମୋଟୁ ସୀମାନ୍ତରେ ଅନେକ ଯାନବାହାନ ଅଟକି ରହିଛି ।

ସେପଟେ ସୋମବାର ରାତିରେ ଏମଭି ୯୬ ପୋଲ ଉପରେ ୨ ଫୁଟ ପାଣି ଚାଲିଥିବା ବେଳେ ମଙ୍ଗଳବାର ସକାଳୁ ସେଠାରେ ପାଣି କମିଛି । ତେବେ ମାଲକାନଗିରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ତଳିଆ ଅଞ୍ଚଳରେ ବର୍ଷା ପାଣି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.