xmas

ଦିନ ଦ୍ବି ପହର ରେ ଦେଢ଼ ଲକ୍ଷ ଝାମ୍ପି ନେଲେ ଦୁର୍ବୁତ୍ତ

ଫୁଲବାଣୀ -12/07

ପୁଣି ଦିନ ଦ୍ବିପ୍ରହର ରେ ଦେଢ଼ ଲକ୍ଷ ଟଙ୍କା ଲୂଟ lତା ପୁଣି ଟାଉନ ଥାନା ନିକଟରୂ l
ମଙ୍ଗଳବାର ସ୍ଥାନୀୟ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ରୂ କଟ୍ରିଙ୍ଗିଆ ଅଂଚଳ ର ହରିଶ୍ଚନ୍ଦ୍ର ପ୍ରଧନ ନାମକ ଜଣେ ଵ୍ୟକ୍ତି ଏକ ଲକ୍ଷ ସାତଚାଳିଶ ହଜାର ଟଙ୍କା ଉଠାଇ ଟଙ୍କା ଧରି ବ୍ୟାଙ୍କ ରୂ ବାହାରି
ବାହାରକୁ ଆସିବାଇକ ଡିକି ରେରଖି ସେଇ ନିକଟରେ କଥାହେଉଥିଲେl ହେଲେ ସେଠାରେ ପୂର୍ବରୁ ଦୁଇଟା ବାଇକ ରେ ଚାରି ଜଣ ଲୁଟେରା ଅପେକ୍ଷା କରିଥିଲେ ଆଉ
ଆଖି ପିଛୁଳାକେଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ବାଇକ ଯୋଗେ ଚମ୍ପଟ ମାରିଥିଲେl
ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ଵ୍ୟକ୍ତି ଏତେଲା ଦେବାକୁ ଯାଇଥିଲେ ମଧ୍ୟ ଥାନାରେ କୌଣସି ପୋଲିସ ଅଧିକାରୀ ନଥିଲେ lଫଳରେ ଅସନ୍ତୋଷ ପ୍ରକାଶ ପାଇଥିଲା l
ସୂଚନା ଯୋଗ୍ୟ ଯେ ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଛକ ସ୍ଥାନ ମାନଙ୍କ ରେ ସିସି ଟିଭି ଲଗାଯାଇଥିଲେମଧ୍ୟ କାମରେ ଆସୁଛି କି ନାହିଁ ଜଣାପଡ଼ୁନି l
ସୂଚନା ଯୋଗ୍ୟ ଯେ, ଗତ ବର୍ଷକ ମଧ୍ୟରେ ସହର ର ବିଭିନ୍ନ ସ୍ଥାନ ରେ ପାଞ୍ଚ ରୂ ସାତଟି ଲୂଟ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୋଲିସ କୁ କୌଣସି ଥିରେ ମଧ୍ୟ୍ୟ ସଫଳତା ମିଳିନଥିବା ଅଭିଯୋଗ ହୋଇଛି l
ଟାଉନ ପୋଲିସ ର ହୁଗୁଳା ଶାସନ ସାଙ୍ଗକୁ ନିଷ୍କ୍ରିୟତା ଯୋଗୁଁ ଲୂଟରା ମାନେ ବେଶ ଆରାମ ରେ ଟଙ୍କା ଲୂଟ କରି ଚମ୍ପଟ ମାରୁଥିବା ଅଭିଯୋଗ ହେରିଛି l ତେଵେ ଖବରପାଇ ଏସ୍ଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣା ର ଛାନଭିନ କରୁଥିଲେ ମଧ୍ୟଏଯାଏ ଲୂଟରା ମାନଙ୍କ ଟେର ମିଳିନାହିଁ l
କନ୍ଧମାଳ ଏସପି ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଉଛି l

Leave A Reply

Your email address will not be published.