
କଣ୍ଟାମାଳ:- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେ ସମସ୍ତ ସେବା ସମବାୟ ସମିତି ମାନଙ୍କରେ ସଭ୍ୟ ମନୋନୟନ ପ୍ରକ୍ରିୟା କିଛିଦିନ ଦିନ ତଳେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ଚାଲିଛି ସେବା ସମବାୟ ସମିତିର ପ୍ରେସିଡେଣ୍ଟ ଭୋଟ ଗ୍ରହଣ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା।କେତେକ ସମବାୟ ରେ ନିର୍ଦ୍ଵନ୍ଦରେ ସଭାପତି ପଦ ବଛା ଚାଲିଥିବା ବେଳେ କେତେକ ସ୍ଥାନରେ ଚାଲିଛି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ।ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଚର୍ଚ୍ଚାରେ ରହି ଆସୁଥିବା ବିଳାସ ପୁର ସେବା ସମବାୟ ସମିତିର ଆଜି ସରିଛି ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା।ଉକ୍ତ ସେବା ସମବାୟ ରେ ୧୪ ଜଣ ସଭ୍ୟ ରହିଥିବା ବେଳେ ଆଜି ବିଲାସପୁର ସମବାୟ ସମିତିର ସଭାପତି ପଦ ପାଇଁ ତିନିଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ।ପ୍ରଥମେ ପ୍ରଭାସ ଚନ୍ଦ୍ର ଖେତି ଦ୍ଵିତୀୟରେ କର୍ମୁ ସାଗର ଓ ସବା ସେଶରେ କୁଳମଣି ବସ୍ତିଆ ନିଜ ସମର୍ଥକ ମାନଙ୍କ ସହ ଆସି ନିର୍ବାଚନ ଅଧିକାରୀ ପଦରେ ଥିବା (ପି ଇ ଓ) ଲଡୁ କିଶୋର ସାହୁଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି। ଉକ୍ତ ସେବା ସମବାୟ ସମିତିର ସେକ୍ରେଟାରୀ ପ୍ରଦୋଷ କୁମାର ଦନ୍ତା ଆଜି ଏହି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା କୁ ପରିଚାଳନା କରିଥିବା ବେଳେ ସୁଦର୍ଶନ ରଣା (ଡି ଓ ) ଓ ପିଅନ ସୁମନ୍ତ ନାୟକ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ। ସେବା ସମବାୟ ସମିତି ର କିଛିଦିନ ତଳେ ସଭ୍ୟ ଭୋଟ ଗ୍ରହଣ ବେଳେ ଆଗରୁ ମାଡ ପିଟ୍ ଘଟଣା ଘଟିଥିବା ବେଳେ କେତେଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ରୁ ଯେପରି ଆଜି କୌଣସି ବିଶୃଙ୍ଖଳା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ରଖି ମନ ମୁଣ୍ଡା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଓ ଏସ ଆଇ ବୁଦ୍ଧଦେବ ସାହୁ ଓ ପୋଲିସ ବାହିନୀ ମୂଳରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିସ୍ଥିତି ଉପରେ ତିଖିନ ନଜର ରଖିଥିଲେ।ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଯେପରି କୌଣସି ଅଭାବନୀୟ ଘଟଣା ନଘଟେ ସେଥିପ୍ରତି ପୋଲିସ ର ନଜର ରହିବ ଉକ୍ତ ଅଂଚଳରେ ବୋଲି ଥାନାଧିକାରୀ ଶ୍ରୀଯୁକ୍ତ ପ୍ରଧାନ ସୂଚନା ଦେଇଛନ୍ତି।ଆଜି ଶାନ୍ତି ଶୃଙ୍ଖଳା ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ଜଣା ପଡିଛି।