mobile header

ମାଲିକେଶ୍ୱର୍ ମନ୍ଦିର ରୁ ଚୋରି ହୋଇଥିବା ସପ୍ତ ଫେଣି ନାଗ ମୂର୍ତି ସହ ମଟର ପମ୍ପ ଉଦ୍ଧାର ,ଜଣେ ଗିରଫ

ମାଲକାନଗିରି:ମାଲକାନଗିରି ମଲିକେଶ୍ୱର୍ ପାହାଡ ମନ୍ଦିର ରୁ ଚୋରି ହୋଇଥିବା ମୋଟର ପମ୍ପ ଏବଂ ସପ୍ତ ଫେଣି ନାଗ ମୂର୍ତି ମାଲକାନଗିରି ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି ।ଏବଂ ଜଣେ ଗିରଫ ହୋଇଥିବାର ପୋଲିସ ସୂଚନା ଦେଇଛି ।ସୂଚନା ମୁତାବକ ଜୁଲାଇ ୧୦ ତାରିଖ ଦିନ ର।ତିଁରେ ମାଳିକେଶ୍ୱର୍ ମନ୍ଦିର ରୁ ସପ୍ତ ଫେଣି ନାଗ ଚିତ୍ର ଥିବା ମୂର୍ତି ଏବଂ ସେଠାରେ ଥିବା ଭକ୍ତ ଙ୍କ ପାଇଁ ପାନୀୟ ଜଳ ଯୋଗ। ଉ ଥିବା ମୋଟର ପମ୍ପ ଟି ମଧ୍ୟ ଚୋରି ହୋଇଥିଲା । ତ। ପର ଦିନ ମନ୍ଦିର ପୂଜକ ଏବଂ ସ୍ଥାନୀୟ ଯୁବକ ସଂଘ ଚୋରି ହୋଇଥିବା ବିଷୟ ପୋଲିସ କୁ ସୂଚନା ଦେଇଥିଲେ ।ମାଲକାନଗିରି ଥାନା ଅଧିକାରୀ ରିଗନ୍ କିଣ୍ଡୋ ଙ୍କ ନେତୃତ୍ବରେ ଏକ ଚୋର କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା ।ୱେଷ୍ଟ ବେଙ୍ଗଲ,କୋଲିକୋତ। ଅଞ୍ଚଳରୁ ମାଲକାନଗିରି ସଦର ରେ ପଶି ଆସି କିଛି କାମ ଆଶାରେ ବୁଲୁ ଥିବାର ସୂଚନା ପାଇ ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ତଲାସୀ ସମୟ ଓ ପଚରା ଉଚୁରା କରି ଚୋର ଧରିବାରେ ପୋଲିସ ସକ୍ଷମ ହୋଇଥିଲା । ମାନସ ମାଇତି ନାମକ ବ୍ୟକ୍ତି କୁ ପୋଲିସ ଗିରଫ କରିଥିଲା ଏବଂ ତା ନିକଟରେ ଥିବା ମୋଟର ପମ୍ପ ଏବଂ ସପ୍ତ ଫେଣି ନାଗ ମୂର୍ତି ଉଦ୍ଧାର କରାଯାଇଛି ।ୱେଷ୍ଟ।ବେଙ୍ଗଲ ର ତିରାଇପୂର୍ ଗ୍ରାମ ର ବୋଲି ଜଣାପଡ଼ିଛି। କେସ ନମ୍ବର ୩୮୮ ଧାରା ୪୫୭,୩୮୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଥିବା ର ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.