mobile header

ଡିଜିଟାଲ ଲୋନ ଠକେଇର ଚାଇନା ଲିଙ୍କ୍: ଗ୍ରାହକଙ୍କୁ ସର୍ବସ୍ୱାନ୍ତ କରିବାକୁ ଅନଲାଇନ ଠକ୍ ଆପ୍ ଖୋଲି ବସିଛନ୍ତି ଲୁଟେରା

ଆଜିକାଲି ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯାଉଛି ଡିଜିଟାଲ ଲୋନ ଆପ୍ । ଗ୍ରାହକଙ୍କୁ ସର୍ବସ୍ୱାନ୍ତ କରିବାକୁ ଠକ ଆପ୍ ଖୋଲି ବସିଛନ୍ତି ଲୁଟେରା । ଏପରି ଠକେଇର ମାଷ୍ଟର ମାଇଣ୍ଡ ଚୀନ ଯୁବକ ଲିୟୁକୁ ଖୋଜୁଛି କ୍ରାଇମବ୍ରାଂଚ ଇଓଡବ୍ଲୁ । ଫେକ୍ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଋଣ ଦେଇ ପରେ ମାନସିକ ନିର୍ଯାତନା ଦେଇ ଅଧିକ ଟଙ୍କା ଆଦାୟ କରୁଥିଲା ଏହି ମାଷ୍ଟରମାଇଣ୍ଡ ଲିୟୁ । ଏଭଳି ଠକଙ୍କୁ ଠାବ କରିଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା । ଚୀନରେ ଥିବା ମାଷ୍ଟର ମାଇଣ୍ଡ ଲିୟୁ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଛି ।

– ଭାରତର ସମସ୍ତ ବିମାନବନ୍ଦରରେ ଲିୟୁ ଉପରେ ନଜର ରଖାଯିବ
– ଲିୟୁକୁ ଧରିବା ପାଇଁ ସିବିଆଇ ଓ ଇଂଟରପୋଲର ସହାୟତା ମାଗିବ
– ୨୦୧୯ରେ ଏହି ଚୀନ ଯୁବକ ଲିୟୁ ଠକ ଲୋନ ଆପର ନେଟୱର୍କ ବିଛାଇଥିଲା
– ଲକାଡାଉନ୍ ସମୟରେ ଚୀନ୍ ଚାଲି ଯାଇଥିଲା ଲିୟୁ
– ଲକଡାଉନ୍ରେ ଲୋକଙ୍କୁ ଋଣ ଦେଇ ଟଙ୍କା ଲୁଟୁଥିଲା

ପ୍ଲେ ଷ୍ଟୋରରେ ଅତିସହଜରେ ଉପଲବ୍ଧ ହେଉଛି ଏହି ଆପ୍ । ଏହା ମୋବାଇଲରେ ଡାଉନଲୋଡ କରିବା ମାତ୍ରେ ଆପଣ ଚାହାଁନ୍ତୁ କି ନ ଚାହାଁନ୍ତୁ ଆପଣଙ୍କ ଆକାଉଂଟକୁ ଟଙ୍କା ଚାଲିଆସିବ । ଯୋଜୋ, କୋକୋ, କ୍ରେଡିଟ ମାଷ୍ଟର, ରୁପି କିଙ୍ଗ ଭଳି ଅନେକ ଠକ ଆପ୍ ପ୍ଲେ ଷ୍ଟେରରେ ରହିଛି । ଯାହା ମାଧ୍ୟମରେ ଏଭଳି ଠକେଇ ହେଉଛି । ପ୍ରଥମ ଥର ପାଇଁ ଅନଲାଇନ୍ ଆପ୍ରେ ହେଉଥିବା ଲୁଟ୍ରେ ଜଣେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ପଦାକୁ ଆସିଛି । ଯିଏ ଓଡ଼ିଶାରେ ନେଟୱର୍କ ବିଛାଇ ଲୋକଙ୍କୁ ଚୁନା ଲଗାଇଛି ।

Leave A Reply

Your email address will not be published.