mobile header

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ୍ ନୋଟ୍ ପେପର ଇଣ୍ଡିଆ ନିର୍ଦ୍ଦେଶକ

ଭୁବନେଶ୍ବର ୧୩।୭: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ନିର୍ଦ୍ଦେଶକ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ନିର୍ଦ୍ଦେଶକ । ବାଲେଶ୍ବର ପ୍ରକଳ୍ପ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ବାଲେଶ୍ବରରେ ୨୫୦୦ କୋଟି ଟଙ୍କା ବ୍ୟୟରେ ବ୍ୟାଙ୍କ ନୋଟ୍ ପେପର୍ ମିଲ୍ ପ୍ରତିଷ୍ଠା ହେବ । ରିଜର୍ଭ ବ୍ୟାଙ୍କ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ବ୍ୟାଙ୍କ ନୋଟ୍ ପେପର୍ ମିଲ୍ କମ୍ପାନୀ କରିବ । ସମସ୍ତ ପ୍ରକାର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆଲୋଚନା ବେଳେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ବାଲେଶ୍ବର ଜିଲ୍ଲା ଗସ୍ତ କରିଥିଲା ଆରବିଆଇ ଟିମ୍ । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ଆରବିଆଇ ଅଫିସର ଟିମ୍ ଓ ଇଡକୋ ଟିମ୍ ସହ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ରେମୁଣା ବ୍ଲକର ପଦବଡଗାଁ ଅଞ୍ଚଳ ବୁଲି ଦେଖିଥିଲେ । ତେବେ ସେହି ଅଞ୍ଚଳରେ ଶିଳ୍ପ ହେଲେ ସବୁ ପ୍ରକାର ସହଯୋଗ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳ ଓ ପ୍ରତିନିଧି ଦଳର ଅଧିକାରୀଙ୍କୁ କହିଥିଲେ ।

Leave A Reply

Your email address will not be published.