ଫୁଲବାଣୀ 14/07 ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗୌଡପଡା ର ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ଘଟଣା ରଅତିଶୀଘ୍ର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଆଜି ଗୁରୁବାର ପ୍ରେସ କ୍ଲୁବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏବିଭିପି ଦାବୀ କରିଛି l ଏ ନେଇ ଜିଲ୍ଲା ସହ -ସଂଯୋଜିକା ରାଜନନ୍ଦୀନି ସାହାଣୀ ଙ୍କ ନେତୃତ୍ୱରେ ଏ ବି ଭି ପି କନ୍ଧମାଳ ଜିଲ୍ଲା ର ଏକ ଚାରି ଜଣିଆ ପ୍ରତିନିଧି ମଣ୍ଡଳ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଥିବା କହିଥିଲେ l ଯଦି ଆଗାମୀ ଦିନରେ ଦୋଷୀ ଙ୍କୁ ଚି଼ହ୍ନଟ କରି କଡା କାର୍ଯ୍ୟାନୁଷ୍ଠାନ କରା ନ ଯିବ ତେବେ ଏ ବିଭିପି ତରଫରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲିଏବିଭିପି ପ୍ରମୁଖ ଶିବାଶିଷ ପଣ୍ଡା କହିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିଭିଗ ଏସ ଏଫ ଏସ ପ୍ରମୁଖ ଦିବ୍ୟରଞ୍ଜନ ଡାକୁଆ, ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା ଆଦି ବହୁ ଏବିଭିପି ସଂଗଠନ କର୍ମୀ ମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.