xmas

ସୀମାନ୍ତ ମୋଟୁ ଗସ୍ତରେ ଅତିରିକ୍ତ ଜିଲ୍ଲା ଅଧିକାର ଓ ବନ୍ୟା ପରିସ୍ଥିତି ର ସ୍ଥିତି ଅନୁଧ୍ୟାନ କଲେ


କାଲିମେଳା ତା ୧୪/୭
ଗତ ଚାରି ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ର ପଡୋଶୀ ରାଜ୍ୟ କୁ ସଂଯୋଗ କରିଥିବା ରାଜ୍ୟ ରାଜପଥ ବନ୍ୟା ଜଳରେ ବୁଡିବା ସହ ବିଜୟୱାଡା ରାଞ୍ଚି ଯୋଗାଯୋଗ ବିଛିନ୍ନ ହୋଇ ଶତାଧିକ ଟ୍ରକ ଗାଡି ମୋଟର ଅଟକି ରହିଛି ।
ତେବେ ଆଜି ମୋଟୁ ତହସିଲଦାର ଦୁର୍ଗା ପ୍ରସାଦ ଦୋରା ଓ ଅତିରିକ୍ତ ତହସିଲଦାର ସବିର ଶେଖ ଏବଂ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର ଦଳେଇ ମୋଟୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର ଖରାଙ୍କ
ଉପସ୍ଥିତରେ ଅତିରିକ୍ତ ଜିଲ୍ଲା ପାଳ ମହେଶ୍ଵର ଚନ୍ଦ୍ର ନାୟକ ମୋଟୁ ଗସ୍ତରେ ପହଞ୍ଚି ସେଠାରେ ବନ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ଅଟକି ରହିଥିବା ଯାତ୍ରୀଙ୍କ ସମସ୍ୟା ଏବଂ ଖାଇବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ |
ସେଠାରୁ ମୋଟୁ ଜଗନ୍ନାଥ ଠାକୁରଙ୍କ ଦର୍ଶନ କରି ମୋଟୁ ମୁଗି ପଏଣ୍ଟ ଠାରେ ପହଞ୍ଚି ସେଠାରେ ଚାଲୁଥିବା ବ୍ରିଜ କାମ ଏବଂ ମୁଗି ପଏଣ୍ଟ ଠାରେ ଥିବା ତ୍ରିବେଣୀ ସଙ୍ଗମ ସ୍ଥଳ ବିଷୟରେ ଆଲୋଚନା କରିଥିଲେ |
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ
ସେପଟେ ମୋଟୁ ପଞ୍ଚାୟତ ର ନଦୀ ପାର୍ଶ୍ଵରେ ରହିଥିବା ସମସ୍ତ ଗ୍ରାମ ବିଷୟରେ ମଧ୍ୟ ଆଲୋଚନା କରିଥିଲେ |
ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମସ୍ୟା ନଥିବା ବେଳେ ଆଘକୁ ଯଦି କୌଣସି ସମସ୍ୟା ଉପୁଜିଲେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସଜାଗ ରହିଥିବା କହିଛନ୍ତି ।

Leave A Reply

Your email address will not be published.