mobile header

ତୁମୁଡିବନ୍ଧ ତହସିଲଦାର ପଟ୍ଟା ବାଣ୍ଟିଲେ


ଫୁଲବାଣୀ 14/07
କନ୍ଧମାଳ ଜିଲ୍ଲା ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ତହସିଲଦାର ଅନୁରାଧା ମଲ୍ଲିକ ସରକାରଙ୍କ ନିର୍ଦେଶ ପ୍ରକାରେ ବ୍ଲକ ଅଂଚଳ ରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ପଟ୍ଟା ପ୍ରଦାନ କରୁଛନ୍ତି ପୂର୍ଵରୁ ବର୍ଷବର୍ଷ ଧରି ସରକାରି ସ୍କୁଲ ଗୁଡିକ ଚଳୁଥିଲେ ବି ସେମାନଙ୍କ ନିଜସ୍ୱ ପଟ୍ଟା ନଥିଲା ଫଳରେ ବିଭିନ୍ନ ସମୟରେ ଖାଲି ପଡିଥିବା ଜମିକୁ ଲୋକେ ଜବରଦଖଲ କରୁଥିଲେ l ବର୍ତମାନ ଜମିପଟ୍ଟା ପାଇଵା ପରେ ସ୍କୁଲ କତୃପକ୍ଷ ଓ ସ୍କୁଲ ପରିଚାଳନା କମିଟୀ ବେଶ ଖୁସି ବ୍ୟକ୍ତ କରିଛନ୍ତି l
ସେହିପରି ତହସିଲଦାର ଅନୁରାଧା ବନ୍ୟ l, ବାତ୍ୟା, ଘରପୋଡି,ଦୂର୍ଘଟଣା ଆଦି ସମୟରେ ଖବର ପାଇବାମାତ୍ରେ ଘଟଣା ସ୍ଥଳ ରେ ପହଂଚି ଯଥା ସମ୍ବବ ସରକାରି ସହାୟତା ଯୋଗାଇଦେଇଥାନ୍ତି l
କେବଳ ସେତିକିନୁହେଁ ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରିଥିବା ଜବରଦଖଲ କାରି ଙ୍କୁ ଉଛେଦ କରି ସରକାରୀ ଖାତା କୁ ଜମି ଫେରାଇଆଣି ସାହାସୀକତାର ପରିଚୟ ଦେଖାଇଛନ୍ତି l
ସେହିପରି ଗରିବ, ଭୂମିହୀନ ମାନଙ୍କୁ ଵାସ ଜମି ଯୋଗାଇଦେବାଲାଗି ଉଦ୍ୟମ କରୁଥିବା ଦେଖାଯାଇଛି l
ତହସିଲଦାର ଦୁଇବର୍ଷ ମଧ୍ୟରେ ଅଂଚଳ ରେ ଉନ୍ନତ୍ତି ମୂଳକ କାର୍ଯ୍ୟ କରି ଲୋକଙ୍କ ନିକଟତର ହୋ ଇପାରିଥିବାରୂ ଲୋକେ ତହସିଲ ଦାର ହେବତ ଏମିତି ବୋଲି କହୁଥିବା ଶୁଣିବାକୁ ମିଳୁଛି l

Leave A Reply

Your email address will not be published.