mobile header

ମାଥିଲି ଓ କରୁକୋଣ୍ଡା ସମବାୟ ସମିତିରେ ନବ ନିର୍ବାଚିତ ସଭାପତି ହେଲେ ବିଜେଡି ସମର୍ଥିତ ପ୍ରାର୍ଥୀ ମୁନିବତୀ ଗୁଡ଼ବାଡେ ଓ ସାଲୁ ଖିଲ

ମାଲକାନଗିରି: ୧୪/୦୭/୨୨ ମାଲକାନଗିରି ଜିଲ୍ଲା ମାଥିଲି ବୃହଦାକାର ବହୁମୁଖୀ ସମବାୟ ସମିତି ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏଥିରେ ବିଜେଡି ସମର୍ତିଥ ମାଥିଲି ବୃହଦାକାର ବହୁମୁଖୀ ସମବାୟ ସମିତି ର ସଭାପତି ପାର୍ଥିନୀ ଭାବେ ମୁନିବତୀ ଗୁଡ଼ବାଡେ ନିଜର ନିକଟତମ ପ୍ରତିଦ୍ବନ୍ଦିଙ୍କ ଠାରୁ ୯ ଟି ଭୋଟରେ ବିଜୟ ଲାଭ କରି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ମାନ୍ୟବର ଚିତ୍ରକୋଣ୍ଡା ବିଧାୟକ ପୁର୍ଣ ଚନ୍ଦ୍ର ବାକା ,ବରିଷ୍ଠ ସିପିଏମ ନେତା ହଳଧର ପୂଜାରୀ ,ରାମେଶ୍ୱର ଚୌଧରି,ଜୀବନ ସାହୁ ,ସୁବାସ ଖୁଡକିଆ ,କାନାମ ରାଜୁ ନାୟକ ,ବିଜେଡି ବରିଷ୍ଠ ନେତା ଉଦୟ ନାଥ ମାଦ୍ରୀ ଓ ଏମ୍ ଡି ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଙ୍କ ସହ ସମସ୍ତ ଲ୍ୟାମ୍ପ ଡ଼ାଇରେକ୍ଟର ଉପସ୍ଥିତିରେ ସମବାୟ ସମିତି କାର୍ଯ୍ୟାଳୟ ଦାଇତ୍ୱ ନେଲେ । ଅନ୍ୟ ପକ୍ଷରେ ମାଲକାନଗିରି ଅନ୍ତର୍ଗତ କରୁକୋଣ୍ଡା ସମବାୟ ସମିତି ନିର୍ବାଚନ ରେ ମଧ୍ୟ ବିଜେଡି ସମର୍ଥିତ ପ୍ରାର୍ଥୀ ସାଲୁ ଖିଲ ୮ ଖଣ୍ଡ ଭୋଟ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ମହାନ୍ତି ,କରୁକୋଣ୍ଡା ସମବାୟ ସମିତି ଏମ୍ ଡି ଅଭିମନ୍ୟୁ ହଲବା ଙ୍କ ସହ ଲ୍ୟାମ୍ପ ଡ଼ାଇରେକ୍ଟର ତଥା ବିଜେଡି ନେତା ତ୍ରିଲୋଚନ ଚୌଧରି ,କରୁକୋଣ୍ଡା ବ୍ଲକ ବିଜେଡି ସଭାପତି ସତ୍ୟ ପାଣିଗ୍ରାହୀ ,ବିଜେଡି ଯୁବ ନେତା ଉମାସଙ୍କର ସାହୁଙ୍କ ସମେତ ବହୁ ବିଜେଡି ବରିଷ୍ଠ ନେତା ଓ ସମସ୍ତ ଲ୍ୟାମ୍ପ ଡ଼ାଇରେକ୍ଟର ଉପସ୍ଥିତ ଥିଲେ

Leave A Reply

Your email address will not be published.