
ଉଦଳା –
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ପକ୍ଷରୁ ବିବାଦୀୟ ମନ୍ତବ୍ୟ ଦିଆଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହାକୁ ବିରୋଧ କରିଛି ବିଜେପି । ଆଜି ଉଦଳା ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଇ ଏକ ଶୋଭାଯାତ୍ରାରେ ବିଜେପି ନେତା ଏବଂ କର୍ମୀମାନେ ବାହାରି ସ୍ଥାନୀୟ ବାସନ୍ତୀ ମଣ୍ଡପ ଛକ ନିକଟରେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଅଜୟ କୁମାର ଏବଂ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ କୁଶ ପୁତଳିକା ଦାହ କରିଛନ୍ତି । କଂଗ୍ରେସ୍ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଏପରି ମନ୍ତବ୍ୟ ଦେବା ସମସ୍ତଙ୍କୁ ଆଘାତ କରିବା ସହିତ ଏହା ଶୋଭନୀୟ ନୁହେଁ ବୋଲି ବିଜେପି ନେତୃ ଗଣପ୍ରକାଶ କରିଛନ୍ତି ।