
ମାଲକାନଗିରି
ଆଜି ଅନୁସୂଚିତ ଜାତି ଜନଜାତି ଉନ୍ନୟନ, ଅଳ୍ପ ସଂଖ୍ୟକ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ପୁର୍ବତନ ବିଧାୟକ ଶ୍ରୀ ମାନସ ମାଡକାମି ଓ ମାଲକାନଗିରି ପୌରାଧ୍ୟାକ୍ଷ ଶ୍ରୀ ମନୋଜ ବାରିକ ମନ୍ତ୍ରୀ ମହୋଦୟ ଙ୍କୁ ସାକ୍ଷାତ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟ କୁ ନେଇ ଏହି ଅବସରରେ ଆଲୋଚନା କରାଯାଇଥିଲା ବେଳେ ବିଶେଷ କରି ମାଲକାନଗିରି ଜିଲ୍ଲାରେ ଦିର୍ଘ ବର୍ଷ ଧରି ନବ ନିର୍ମିତ ବିଏଡ଼ କଲେଜ କୁ କାର୍ଯ୍ୟକ୍ଷମ କରିବାକୁ ଆଲୋଚନା କରିଥିଲେ । ଜିଲ୍ଲାରେ ଏହି ବିଏଡ଼ କଲେଜ ଦିର୍ଘ ବର୍ଷ ଧରି ନିର୍ମାଣ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇ ନଥିବାରୁ ଜିଲ୍ଲାର ଅନେକ ଯୁବ ପିଢ଼ି ଏହାର ସୁବିଧା ପାଇବାରୁ ବଞ୍ଚିତ ହୋଇ ଥିବାରୁ ଏହି କଲେଜ ରେ ସମସ୍ତ କର୍ମଚାରୀ ଙ୍କୁ ନିଯୁକ୍ତ କରି ଏହାର କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ଏହି ଅବସରରେ ପୋୖର ପରିଷଦର ସାଂସଦ ପ୍ରତିନିଧି କୃଷ୍ଣ ଚନ୍ଦ୍ର ପାଳ, ୱାର୍ଡ ମେମ୍ବର ପ୍ରୀତମ ସେଠି, ବିଜେଡି ନେତା ପ୍ରଭାକର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ । ମନ୍ତ୍ରୀ ମହୋଦୟ ମଧ୍ୟ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ମତ ରଖିଛନ୍ତି ।