mobile header

କ୍ୟାପିଟାଲ ହସ୍‌ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ହସ୍‌ପିଟାଲକୁ ଆଉଟସୋର୍ସିଂ କରିବାକୁ ଦିଆଯିବ ନାହିଁ – କଂଗ୍ରେସ

ଭୁବନେଶ୍ୱର ତା ୧୪.୭- ଦୀର୍ଘ ୨୨ ବର୍ଷ ନିରଙ୍କୁଶ ଏବଂ ନିରନ୍ତର ଶାସନ ବ୍ୟବସ୍ଥାରେ ନବୀନ ପଟ୍ଟନାୟକ ସରକାରରେ ରହିଲା ପରେ ମଧ୍ୟ ସର୍ବନିମ୍ନ ସେବା ଯୋଗାଇବାରେ ଏ ସରକାର ଅପାରଗ ଓ ଅସମର୍ଥ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଆଇନ ଶୃଙ୍ଖଳା କର୍ମନିଯୁକ୍ତି ପରିମଳ ଓ ପାନୀୟ ଜଳ ବ୍ୟବସ୍ଥା ପରି ସର୍ବନିମ୍ନ ସେବା ଯୋଗାଇବା ଏକ ଗଣତାନ୍ତ୍ରିକ ସରକାରର ପ୍ରାଥମିକ କର୍ତବ୍ୟ ଓ ଦାୟିତ୍ୱ ମଧ୍ୟ । କିନ୍ତୁ ଓଡ଼ିଶା କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଭିନ୍ନ । ଏ ରାଜ୍ୟ ସରକାର ଜନସାଧାରଣଙ୍କ ପାଖରୁ ଯେନ ତେନ ପ୍ରକାରର କର ଆଦାୟ କରିବା, ଫାଇନ ଆଦାୟ କରିବା ଓ ଫି ଆଦାୟ କରିବାଛଡ଼ା ସର୍ବନିମ୍ନ ସେବା ଯୋଗାଇଦେବା କର୍ତବ୍ୟ ନୁହେଁ ବୋଲି ବହୁ କ୍ଷେତ୍ରରେ ପ୍ରମାଣିତ ହୋଇସାରିଛି । କ୍ୟାପିଟାଲ ହସପିଟାଲକୁ ରାଜ୍ୟର ଅନ୍ୟତମ ଉକୃଷ୍ଟମାନ ହସପିଟାଲ କରି ଗଢ଼ି ତୋଳିବା ସହିତ ପୋଷ୍ଟ ଗ୍ରାଜୁଏଟ ପିଲାମାନଙ୍କର ଶିକ୍ଷାନୁଷ୍ଠାନ କରିବାପାଇଁ ନବୀନ ସରକାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ଶହ ଶହ କୋଟି ଟଙ୍କାର ଯନ୍ତ୍ରପାତି ଠାରୁ ଆରମ୍ଭ କରି ଅତି ଉନ୍ନତମାନର ଯନ୍ତ୍ରପାତି ଖରିଦ କରାଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେଗୁଡ଼ିକ କାର୍ଯ୍ୟକ୍ଷମ କରାଗଲା ନାହିଁ । ସରକାର ସ୍ୱାସ୍ଥ୍ୟଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସିଧାସଳଖ ନିଯୁକ୍ତି ପ୍ରଦାନ ନକରି ଏ ସବୁକୁ ଆଜି ଆଉଟସୋସିଂ କରିବାପାଇଁ ନିଷ୍ପତି ନେଇସାରିଛନ୍ତି । ଯଦି ସରକାର ନିଜେ ନିଯୁକ୍ତି କରିପାରୁ ନାହାନ୍ତି ତାହାହେଲେ ବେସରକାରୀ ସଂସ୍ଥା କିଭଳି ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ବିଭିନ୍ନ ପରୀକ୍ଷା ନିରୀକ୍ଷା କ୍ଷେତ୍ର ଏବଂ ଅଲଟ୍ରାସାଂଉଣ୍ଡ, ଏମଆରଆଇ ମେସିନ, ଏକ୍ସ୍ରରେ ମେସିନ ଏବଂ ଆଇସିୟୁ, ଓଟି ଏସବୁ କ୍ଷେତ୍ରରେ ଅତି ଉଚ୍ଚକୋଟିର ମାନବସମ୍ବଳର ଆବଶ୍ୟକତା ଥିଲା ଏହା ବେସରକାରୀ ସଂସ୍ଥା ଦ୍ୱାରା ନିଯୁକ୍ତି କରାଇବା ଓ ଏ ସମସ୍ତ ସଂସ୍ଥାକୁ ବେସରକାରୀ ସଂସ୍ଥାକୁ ଟେକିଦେବା ଏହା କଣ ନବୀନ ବାବୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିବାରେ ନିଷ୍ଠା କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସାରା ଓଡ଼ିଶାର ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର କର୍କଟ ରୋଗି ମାନଙ୍କ ଆଶା ଭରଷା । ଆଜି ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ହୁ ହୁ ବଢୁଥିଲା ବେଳେ ସରକାର ନିଜର ଉତର ଦାୟୀତ୍ୱ ନେବା ପରିବର୍ତେ ଏହାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଆଉଟସୋସିଂ କରିବା କ’ଣ ଉଚିତକି? ଏ ଆଉଟସୋସିଂ କରିବାଦ୍ୱାରା ଗରିବ ଜନସାଧାରଣଙ୍କ ପାଖରୁ ଅଧିକ ୟୁଜର୍ସଫି ଆଦାୟ ହେବ ଏବଂ ଓଡ଼ିଶାର ମାନବସମ୍ବଳକୁ ଠିକା କର୍ମଚାରି ନିଯୁକ୍ତି କରିବା ଶ୍ରେୟ ହେବ । ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ଧାରଣା ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସରକାରଙ୍କର ଏହି ଦୁଇ ହସପିଟାଲର ଆଉଟସୋସିଂ ବିରୋଧରେ ହୋଇଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ଏହି ନିଷ୍ପତିରୁ ତୁରନ୍ତ ସରକାର ଓହରି ଯାଆନ୍ତୁ ବୋଲି କହିଥିଲେ । ବରିଷ୍ଠ ଆଇନଜୀବି ଏବଂ କଂଗ୍ରେସ ନେତା ଶିବାନନ୍ଦ ରାୟ ସରକାରଙ୍କୁ ଏ ନିଷ୍ପତିରୁ କ୍ଷାନ୍ତ ରହିବା ସହିତ ଟାଟା ଯେଉଁ କ୍ୟାନସର ହସପିଟାଲ କରିବା କଥା ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ସରକାର ସିଧାସଳଖ ନିଯୁକ୍ତି ଦେବା ପରିବର୍ତେ କାହିଁକି ରାଜ୍ୟର ଯୁବକମାନଙ୍କର ଭବିଷ୍ୟତକୁ କିଛି ବେପାରିଙ୍କ ହାତରେ ଟେକି ଦେଉଛନ୍ତି । ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଆସନ୍ତା ଦିନରେ ସରକାର ଏହି ନିଷ୍ପତିରୁ ନ ଓହରିଲେ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ବିରୋଧରେ ଲଢ଼େଇ ଯୋରଦାର ହେବ । ସାମାଜିକ କର୍ମୀ ଶ୍ରୀ ଦେବୀ ପୃଷ୍ଟି ସରକାରଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଘରୋଇ କରଣକୁ ଘୋର ନିନ୍ଦା କରିବା ସହିତ ରାଜ୍ୟ ସରକାର ଅପାରଗ କି ବୋଲି ପ୍ରଶ୍ନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସର ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ରଶ୍ମି ମହାପାତ୍ର, ରଜନୀ ମହାନ୍ତି, ଅଶୋକ ଦାସ, ଗିତାଞ୍ଜଳି ମହାନ୍ତି ଇତ୍ୟାଦି ମଧ୍ୟ ସରକାରଙ୍କୁ ଏତାଦୃଶ କାର୍ଯ୍ୟପାଇଁ କଡ଼ାସମାଲୋଚନା କରିଥିଲେ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯର୍୍ୟ, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଆଶିଷ ମଲ୍ଲିକ, ସେକ ଆଫତାବ ଅଲ୍ଲି, ସେକ୍ ତାକ୍ୟୁୟୁନି, ରଶିକ ପଟ୍ଟନାୟକ, ମଂଟୁ ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ଜୟଶ୍ରୀ ନନ୍ଦ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ଦେବୀ ପ୍ରସାଦ ବାହାଲିଆ, ସଂଜୟ ପରିଡ଼ା, ଅନିଲ ଦାସ, କୈଳାସ ସାହୁ, ଉମେଶ ଦାସ, ଦେବାଶିଷ ଦାସ, ନଳିନୀ ନାୟକ, ସାଗର ପରିଡ଼ା, ଅକ୍ଷୟ ମହାନ୍ତି, ଶିବ ସେଠି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.