mobile header

ଫୁଲବାଣୀ ରେ ଘର ଭୁଶୁଡି ମା ଓ ଝିଅ ମୃତ, ବାପା ପୁଅ ଗୁରୁତର

ଫୁଲବାଣୀ 14/07
ଫୁଲବାଣୀ ସହର ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଲଗାଣ ବର୍ଷା ଯୋଗୁଁ କଚl ଘର ଭୁଶୁଡ଼ି ଗୋଟଏ ପରିବା ରୁ ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେଉଦ୍ଧାର କରାଯାଇ ଫୁଲବାଣୀର ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି l ଖବର ରୂ ପ୍ରକାଶ ଯେ, ଫୁଲବାଣୀ ତ୍ରିଦେବ ନଗର ରେ ଅପରାହ୍ନ ସମୟରେ ବ୍ରଜବନ୍ଧୁ ମାଝୀ ଙ୍କ ପରିବାର ଲୋକେ ଖାଉଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଘର କାନ୍ଥ ସବୁ ଭୁଷୁଡ଼ି ପଡିଥିଲା, ଫଳରେ ଘର କାନ୍ଥ ତଳେ ବାପା ମା ଓ ପୁଅ ଝିଅ ସମସ୍ତେ ଚାପି ହୋଇ ରହିଯାଇଥିଲେ l ସ୍ଥ l ନୀୟ ଲୋକେ ଅଗ୍ନିସମ ବିଭାଗ ଓ ଟିମ୍ ହ୍ୟୁମ୍ୟନୁଟି କୁ ଖବର୍ ଦେବା ପରେ ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ଓ ଟିମ୍ ହ୍ୟୁମ୍ୟନଟି ସଦସ୍ୟ ପହଁଚି ପରିବାର ଲୋକ ଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର ବର୍ଷ ମା ଓ ୫ ବର୍ଷର ଝିଅ ଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହିଳା ହେଲେ ସୁରତି ମାଝୀ ଓ ମୃତ ଝିଅ ହେଲେ ସ୍ମିତା ରାଣୀ ମାଝୀ ବୋଲି ଜଣାପଡିଛି l

Leave A Reply

Your email address will not be published.