mobile header

କୁଡୁମୁଲୁଗୁମ୍ମା ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ପ୍ରତିବାଦ , କଂଗ୍ରେସ ନେତା ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ

ମାଲକାନଗିରି: ୧୪/୦୭/୨୨ ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ରେ ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୂର୍ମୁଙ୍କ ବିରୋଧରେ କଂଗ୍ରେସ ନେତା ଅଜୟ କୁମାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମାଲକାନଗିରି ଜିଲ୍ଲା ର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର କୁଡୁମୁଲୁଗୁମ୍ମା ରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଅଜୟ କୁମାର ଓ ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବମୋର୍ଚ୍ଚା ର ସଭାପତି ଭବାନୀ ଶଙ୍କର ମୁଖାର୍ଜୀ ଓ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ବେହେରା ସୁଚାରୁ ରୂପେ ତୁଲାଇ ଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ପରିଡ଼ା, ବରିଷ୍ଠ ନେତା ଯୁଗଳ କିଶୋର ସ୍ୱାଇଁ, ଖଇରପୁଟ ମଣ୍ଡଳ ସଭାପତି ବିଦ୍ୟାଧର ସାହାଣୀ, ଜିଲ୍ଲା ଏସ ଟି ମୋର୍ଚ୍ଚା ସାଧାରଣ ସମ୍ପାଦକ ସହଦେବ ଶିଶା,ଖଇରପୁଟ ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ରମାକାନ୍ତ ଧାକଡ , ଖଇରପୁଟ ମଣ୍ଡଳ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ସନ୍ତୋଷ କୁମାର ସ୍ବାଇଁ, ମଣ୍ଡଳ ଉପ ସଭାପତି ତପନ କୁମାର ମିଶ୍ର, ଓବିସି ସଭାପତି ନୀଳ ମାଧବ ଭୋଳ, କର୍ମୀ ଅଜୟ ପଟ୍ଟନାୟକ, ହରି ସିଂହଙ୍କ ସମେତ ଯୁବମୋର୍ଚ୍ଚା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.