
ଫୁଲବାଣୀ 15/7
ଶୁକ୍ରବାର ବାର କନ୍ଧମାଳ ଜିଲ୍ଲାର ଜଣା ଶୁଣା ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟନନାୟକ ଙ୍କ ଅକାଳ ମୃତ୍ଯୁ ଘଟିଛି lବୁଲିଆନଙ୍କ ଜି ଉ ଦୟଗିରି ସ୍ଥିତ ବାସବବାଣ ରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାଟ ରେ ମୃତ୍ଯୁ ଘଟିଛି l
ମୃତ୍ଯୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l
ବୁଲିଆନ ଙ୍କ ଅକାଳ ମୃତ୍ଯୁ ରେଜି. ଉଦୟଗିରି ସମେତ ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି l
ବୁଲିଆନ ଜଣେ ଭଲ ସଂଗଠକ, ସମାଜସେବୀ, ଓ ପରୋପକାରୀ ଵ୍ୟକ୍ତି ଥିଲେ lବର୍ତମାନ ସେ ଜି. ଉଦୟଗିରି ଏନଏ ସି ରବିଜେଡି କାଉନସିଲର ଥିଲେ l
ବୁଲିଆନ ନାୟକ ପ୍ରଥମେ ଅଧ୍ୟାପକ ଥିଲେ ପରେ ଚାକିରୀ ଛାଡି ଓକିଲାତି ଓ ରାଜନୀତି କରୁଥିଲେ lସେ ଜନତା ଦଳ ରୂ ଏମପି ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ହୋଇଥିଲେ lପରେ କଂଗ୍ରେସ ଟିକେଟ ରେ ଦଶପଲା ରେ ଏମଏଲ ଏ ପାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ lସେ ଜଣେ ଷ୍ପଷ୍ଟ ବାଦି, ନିର୍ଭିକ ଵ୍ୟକ୍ତି ଥିଲେ l
ଲୋ କଙ୍କମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଜିଲାର ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ l
ତାଙ୍କର ଅକାଳ ମୃତ୍ଯୁ ରେସଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ପୂ ର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏନଏସି ଚେୟାରମେନ ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ସମା ଜସେବୀ ସୁବାସ ଶତପଥୀ,
ସମାଜ ସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ଜି. ଉଦୟଗିରି ବରିଷ୍ଠ ସାମ୍ବାଦିକ ଶିଶିର ପଟନାୟକ, ବିଦ୍ୟାଧର ପାଳ, ସମୀର ପାଢ଼ୀ, ରାମଚନ୍ଦ୍ର ଚୌଧରୀ, କନ୍ଧମାଳ ର ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ବିଜୟ ମହାନ୍ତି,ମହମଦ ନlଜୀର ଅଖତାର ସନ୍ତୋଷ ଦିଗଲ, ନାରାୟଣ ସାହୁ, ସମାଜସେବୀ ମହମଦ ଜିଆଉଦିନ, ସ୍ଵାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ,କୁଇସମାଜ ନେତା ଲମ୍ବୋଦର କହଁର, କଂଗ୍ରେସ ଯୁବନେତା ବଳଦେବ ବେହେରା,ଗୌର ବେହେରା, ଅନନ୍ତ ଦିଗଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତିl
ସେହିପରି ଶଶାଙ୍କ ଙ୍କ ଅକାଳ ମୃତ୍ଯୁ ଖବର ପାଇ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ ଦିଗଲ, ପ୍ରମୁଖ ଜି ଉଦୟଗିରି ଯାଇ ସ୍ବର୍ଗତ ବୁଲିଆନ ନାୟକ ଙ୍କ ଶେଷ ଦର୍ଶନ କରିବାସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l