mobile header

କାଲିମେଳା ଏମଭି ୭୯ ଡିଗ୍ରୀ କଲେଜରେ ବନ ମହୋତ୍ସବ ପାଳନ ସହ ଚାରା ରୋପଣ

ମାଲକାନଗିରି: ୧୫/୦୭/୨୨ କାଲିମେଳା ବ୍ଲକ ଏମଭି – ୭୯ ଡ. ଶ୍ୟାମପ୍ରସାଦ ଡିଗ୍ରୀ କଲେଜ ପରିସରରେ ବନ ମହୋତ୍ସବ ଉପଲକ୍ଷେ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ଆୟୋଜନ କରିଥିଲେ। ଚାରା ରୋପଣ ପୂର୍ବରୁ ଏକ ସଚେତନ ସଭା ଅଧ୍ୟକ୍ଷା ପ୍ରଭାସିନୀ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ତଥା ସମ୍ପାଦକ ଡ. ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ୨୦ଟି ବୃକ୍ଷ ରୋପଣ କରିଥିଲେ। ଏହି ସଭାରେ ଯୁବ ରେଡକ୍ରସର ଶତ୍ରୁଘ୍ନ ପ୍ରଧାନ, ଶରତ ଚନ୍ଦ୍ର ପାତ୍ର, ଶିବରାମ ଦାନି, ଶ୍ରୀମନ୍ତ ମହାପାତ୍ରଙ୍କ ସମେତ ଅମିୟ ସରକାର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। ଯୁବ ରେଡକ୍ରସ୍ ର ସ୍ଵେଚ୍ଛାସେବୀ ମାନେ ପ୍ରାୟତଃ ୪୦ରୁ ଉର୍ଦ୍ଧ ବୃକ୍ଷରୋପଣ କରିବା ସହିତ ଏକ ରାଲିର ଆୟୋଜନ କରି ଜଙ୍ଗଲ ବଞ୍ଚାଅ ସମ୍ପର୍କିତ ସ୍ଲୋଗାନ ଦେଇଥିଲେ। ଜୀବ ଜନ୍ତୁଙ୍କ ସୁରକ୍ଷା ପାଇଁ ଶପଥ ପାଠ କରିଥିଲେ।

Leave A Reply

Your email address will not be published.