mobile header

ଜିଲ୍ଲା ସ୍ତରୀୟ ସନ୍ତରଣ କ୍ରୀଡା ପ୍ରତିଭା ଅନ୍ୱେଷଣ

୧୬-୦୭-୨୦୨୨
ମୟୂରଭଞ୍ଜ।
ବାରିପଦା,ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ର ମିଳିତ ତତ୍ୱାବଧାନରେ ସନ୍ତରଣ ବିଭାଗର ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ବାରିପଦା ସ୍ଥିତ ଦେବେନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ ୫୫ ଜଣ ବାଳକ ଓ ୮ ଜଣ ବାଳିକା କ୍ରୀଡା ପ୍ରତିଭା ଯୋଗ ଦେଇଥିଲା ବେଳେ ଏହି କାର୍ଯ୍ୟକ୍ରମ ଟି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ତତ୍ୱାବଧାନରେ ଜିଲ୍ଲା କ୍ରୀଡା ଅଧିକାରୀ, ସନ୍ତରଣ ପ୍ରଶିକ୍ଷଣ ଏବଂ ୪ ଜଣ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ସୂଚାରୁରୂପେ ଅନୁଷ୍ଠିତ ହୋଇଯାଇଛି।

Leave A Reply

Your email address will not be published.