mobile header

ଜାତୀୟ ସ୍ତରୀୟ ମୟୁରଭଞ୍ଜ ଫୁଟବଲ କପ- 2022 ଉଦଘାଟିତ।

ଫାଇନାଲରେ କୋଲକାତା।

16/07/2022
ମୟୂରଭଞ୍ଜ

ବାରିପଦା ଷ୍ଟାଡିଅମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନ ଓ ମୟୁରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ମୟୁରଭଞ୍ଜ ଫୁଟବଲ କପ -୨୦୨୨ ଉଦଘାଟିତ ହୋଇଯାଇଛି। ମୟୁରଭଞ୍ଜ ପୋଲିସ ଆରକ୍ଷୀ ଅଧିକ୍ଷକ ରିଷିକେଶ ଧ୍ୟାନଦେଓ ଖିଲାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଖେଳକୁ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, କୋଷାଧକ୍ଷ ଅମିତାଭ ଦାସ ଫୁଟବଲ ସହ ସମ୍ପାଦକ ଅମର ସେଠି, ସହ ସମ୍ପାଦକ ବୈଦ୍ୟନାଥ ରଥ, ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ, ହରପ୍ରସାଦ ପାତ୍ର, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ଉମେଶ ସାହୁ ତଥା ପୂର୍ବତନ କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ବରିଷ୍ଠ ଖେଳାଳି ଅମୁଲ୍ୟ କୁମାର ମିଶ୍ର ଏବଂ ମୟୁରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ସଭାପତି ଧର୍ମରାଜ ହାଁସଦା ଓ ସମ୍ପାଦକ ମୋହନ ମୁର୍ମୁ ଉପସ୍ଥିତ ଥିଲେ। ପ୍ରଥମ ରାଉଣ୍ଡ ଖେଳରେ ଭୋଳାଗଡ଼ିଆ ଦଳ ଏସ ଏସ ସ୍ପୋର୍ଟିଂକୁ ୩-୦ ରେ, ନନ୍ଦୁ ଦାଦା କୋଲକାତା ଶଙ୍ଖାଭଙ୍ଗା ଦଳକୁ ୨-୦ ରେ, ଟାଉନ ଟିମ, ଖୁଣ୍ଟା ଟାଇଗର ଫୁଟବଲ କ୍ଲବକୁ ୧-୦ ରେ, ଭୁବନେଶ୍ୱର ଦଳ ଭଞ୍ଜ ବାଗାନ ମୟୁରଭଞ୍ଜକୁ ୧-୦ ରେ ଓ ଦ୍ଵିତୀୟ ରାଉଣ୍ଡ ଖେଳରେ କୋଲକାତା ଭଲଗଡିଆକୁ ୧-୦ ରେ ଏବଂ ଟାଉନ ଟିମ ଖୁଣ୍ଟା ଭୁବନେଶ୍ୱରକୁ ୧-୦ ରେ ପରାସ୍ତ କରିଛି। ସେମିଫାଇନାଲ ଖେଳରେ କୋଲକାତା ଟାଉନ ଟିମ ଖୁଣ୍ଟାକୁ ଟାଇ ବ୍ରେକରଜରିଆରେ ୬-୫ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ଚକ୍ରଧର ଚାତାର, ସୀତାରାମ ସୁଲତାନ ହାଁସଦା, ବାପୁନ କୁମାର ମହାନ୍ତ, କେଦାର କାଲୁଣ୍ଡିଆ ଖେଳ ପରିଚାଳନା କରିଥିବା ବେଳେ ମନୋଜ କୁମାର ପାତ୍ର ଧାରାବିବରଣୀ ଦେଇଥିଲେ।

Leave A Reply

Your email address will not be published.