
ବିଗତ ଖରିଫ ଋତୁ 2020-21 ରେ ବରଗଡ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଳ ବୀମା ଯୋଜନାରେ ନିଜସ୍ୱ ଧାନ ଚାଷକୁ ବୀମାଭୁକ୍ତ କରିଥିଲେ. ଜିଲ୍ଲାରେ ମରୁଡି ଏବଂ ଅନ୍ୟାନ୍ୟ ଦୈବୀ ଦୁର୍ବିପାକ ଯୋଗୁଁ ସେହି ବର୍ଷ ଚାଷୀମାନଙ୍କ ର ଫସଲ କ୍ଷତିଗ୍ରସ୍ତ ଭୋଇଥିଲା. ମିଳିତ କ୍ରପ କଟିଙ୍ଗ ରିପୋର୍ଟ ରେ ଏହା ପ୍ରମାଣିତ ହୋଇସାରିଛି. କିନ୍ତୁ ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତ HDFC ଏଗ୍ରୋ କମ୍ପାନୀ ଜିଲ୍ଳା ର କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଫସଲ ବୀମା କ୍ଷତିପୂରଣ ପ୍ରଦାନ କରି ନାହିଁ. ଆଶ୍ଚର୍ଯ୍ୟ ର ବିଷୟ କେନ୍ଦ୍ର ସରକାର ଙ୍କ ବାରମ୍ବାର ପରାମର୍ଶ ସତ୍ୱେ ଓଡିଶା ସରକାର ସପୂର୍ଣ ଭାବେ ନିରବ ରହି HDFC ଏଗ୍ରୋ କମ୍ପାନୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି. ଏଣୁ ଓଡିଶା ସରକାର ର ଏବଂ HDFC ଏଗ୍ରୋ କମ୍ପାନୀ ର ଚାଷୀ ବିରୋଧୀ ନୀତିକୁ ବିରୋଧ କରି ଆଜି ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ବରଗଡ ବିଧାନ ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ତହସିଲ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ପ୍ରଦାନ ପାଇଁ ଏବଂ HDFC ଏଗ୍ରୋ କମ୍ପାନୀ କୁ କଳା ତାଳିକାଭୁକ୍ତ କରିବା ପାଇଁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଙ୍କୁ ପ୍ରଦାନ କରିଥିଲେ. ଆଜିର ଏହି ଆନ୍ଦୋଳନ ସମୟରେ ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ, ଅଶୋକ ପଣ୍ଡା, ରବି ନାରାୟଣ ଦାଶ, ଅକୁର ମଲ୍ଲିକ, ଅବନୀକାନ୍ତ ପଣ୍ଡା, ଅମିତ ପଣ୍ଡା, ଘନଶ୍ୟାମ ସାହୁ, ସୁଦାମ ମହାପାତ୍ର, ବାସୁଦେବ ବାରିକ, ଶୁକୃ ସାହୁ, ନିର୍ମଳ ପଧାନ, ଡୋଳାମଣୀ ସାହୁ, ବ୍ରଜ ନାୟକ ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ.