mobile header

ଆନ୍ତର୍ଜାତୀୟ ଭଲିବଲ ଖେଳାଳି ଲାସ୍ୟମୟୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ।

16/07/2022

ମୟୁରଭଞ୍ଜର ମହିଳା ଭଲିବଲ ତାରକା ଲାସ୍ୟମୟୀ ମହାନ୍ତ ନିଜର ପ୍ରତିଭା ବଳରେ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ଅଠର ବର୍ଷରୁ କମ ଜୁନିଅର ଏସିଆଡ଼ ଭଲିବଲ ଚାମ୍ପିୟାନସିପରେ ଅଂଶ ଗ୍ରହଣ କରିବାର ସୌଭାଗ୍ୟ ହାସଲ କରିଛନ୍ତି। ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ତାଙ୍କ କୋଚ ସୁଷମା ନନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ଠାକୁରମୁଣ୍ଡା ବ୍ଲକର ବଡପୋଷି ଗାଁରେ ଜନ୍ମ ଗ୍ରହଣ କରି ନିଜର ଉଦ୍ୟମରେ ୨୦୧୮ ମସିହାରେ ମୟୁରଭଞ୍ଜ ଜିଲ୍ଲା କ୍ରୀଡା ପ୍ରତିଭା ଅନ୍ୱେଷଣ ଶିବିରରୁ ଚୟନ ହୋଇ ଭୁବନେଶ୍ୱର ସ୍ଥିତ ରାଜ୍ୟ କ୍ରୀଡା ଛାତ୍ରାଵାସରେ ପ୍ରଶିକ୍ଷଣ ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ବହୁବାର ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଉପ ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଡେପୁଟି କଲେକ୍ଟର ସୁଜୟ କୁମାର ପତି, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ଅମ୍ବିକା ରାଉତ, ବୈଦ୍ୟନାଥ ରଥ, ଭଲିବଲ କୋଚ ମନୋରଞ୍ଜନ ଜୀଉ, ପୂର୍ବତନ ବରିଷ୍ଠ କୋଚ କୁମାର ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ସ୍ପୋର୍ଟସ ହଷ୍ଟେଲର ନରେନ୍ଦ୍ର ମହାନ୍ତ ଓ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଉପସ୍ଥିତ ଥିଲେ।ତାଙ୍କର ଏହି କୃତିତ୍ୱ ପାଇଁ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନ ତଥା କ୍ରୀଡ଼ାପ୍ରେମୀଙ୍କ ତରଫରୁ ଅଭିନନ୍ଦନ ଜଣାଯାଇଛି।

Leave A Reply

Your email address will not be published.