
ଫୁଲବାଣୀ 16/07 କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ବହୁ ପ୍ରତିକ୍ଷୀତ ଅଲଟ୍ରାସାଉଣ୍ଡ ସେବା ର ଶୁଭାରମ୍ଭ ହୋଇଛି | ଜିଲ୍ଲାପାଳ ଙ୍କ ଆନ୍ତରିକତା ଯୋଗୁଁ ବର୍ଷ ବର୍ଷ ଧରି ଅଟକି ଥିବା ଅଲଟ୍ରା ସାଉଣ୍ଡ ର ଶୁଭାରମ୍ଭ ହୋଇପାରିଛି l କନ୍ଧମାଳ ଜ଼ିଲ୍ଲା ରେ ଜ଼ିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲ ଓ ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଙ୍କ ପ୍ରଚେଷ୍ଟା ଯୋଗୁଁ ଦାୟିତ୍ୱ ନେବାର ଦିନ କେଇଟା ମଧ୍ୟରେ ଜନ ସାଧାରଣ ଙ୍କ ଆବଶ୍ୟକତା କୁ ଉପଲବ୍ଧି କରିତୁରନ୍ତ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ lଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ସପ୍ତାହରେ ୬ ଦିନ ଗର୍ଭବତୀ ମହିଳାଙ୍କ ନିମନ୍ତେ ଅଲଟ୍ରାସାଉଣ୍ଡ ସେବା ଉପଲବ୍ଧ ହେବବୋଲି କୁହାଯାଇଛି | ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ସୁର ଏବଂ ଡାକ୍ତର ଅରବିନ୍ଦ ଖୁଣ୍ଟିଆ ସପ୍ତାହରେ ତିନିଦିନ ଲେଖାଏଁ ସେବା ଯୋଗାଇବେ |ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ବହୁ ଦିନ ଧରି ପଡି ରହିଥିବା ସତ୍ତ୍ୱେ ସେବା ଉପଲବ୍ଧ ହୋଇପାରି ନଥିଲା lଜିଲ୍ଳାପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଆନ୍ତରିକ ଉଦ୍ୟମ ଓ ପ୍ରଶାସନସହଯୋଗ ରେ ଯୁଦ୍ଧ କାଳୀନ ଭିତ୍ତିରେ ଏହାର ପ୍ରତିଷ୍ଠା ସମ୍ବବ ହୋଇପାରିଲା lସୂଚନାଯୋଗ୍ୟ ଯେ ପୂର୍ବରୁ ଅଲଟ୍ରା ସାଉଣ୍ଡ ପାଇଁ ରୋଗୀ ବ୍ରହ୍ମପୁର ଭଞ୍ଜନଗର ଭୁବନେଶ୍ୱର କଟକ ଯାଇ ଖର୍ଚ୍ଚାନ୍ତ ହେଉଥିଲା ଏବେ ହାତ ପାହାନ୍ତା ରେ ସୁବିଧା ଉପଲବ୍ଧ ହୋଇପାରି ଥିବାରୁ ବାଲିଗୁଡା ଉପଖଣ୍ଡବାସୀ ଜ଼ିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ ଓ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ କୃତଜ୍ଞତା ଜଣାଇଛନ୍ତି l