mobile header

ଜିଉଦୟଗିରି ଏନଏସିରେ ଜବରଦଖଲ ଉଚ୍ଛେଦ ହେବ !


ଫୁଲବାଣୀ-୧୭/୦୭
ଜିଉଦୟଗିରି ଏନଏସି କୁ ସ୍ୱଛ, ସୁନ୍ଦର ଓ ସ୍ମାର୍ଟ ସିଟି ଭାବେ ପରିଣତ କରିବାକୁ ପରିଷଦ ଅଣ୍ଟାଭିଡିଛି । ସହରର ବିଭିନ୍ନ ସ୍ଥାନରେ ଲୋକେ ଡ୍ରେନ ଉପରକୁ ମାଡି ଆସି କିଏ ଦୋକାନ କଲାଣି ତ ଆଉ କିଏ ଘର। ଫଳରେ ସହରର ଶୋଭା ନଷ୍ଟ ହେଉଛି । କେହି କେହି ମୁଖ୍ୟ ରାସ୍ତା ଓ ଗୋଲେଇ ଛକ ନିକଟରେ ଫୁଟପାତରେ ବସି ବ୍ୟବସାୟ କରୁଛନ୍ତି ଫଳରେ ଗାଡିମଟର ଯା ଆସ କରିବା ମୁସ୍କିଲ ହୋଇପଡୁଛି । ରାସ୍ତାରେ ବସିବା ଲାଗି ବାରଣ କଲେ ବି ଶୁଣିବାକୁ ନାହିଁ। ଏବେ ଏନଏସି ଅଧ୍ୟକ୍ଷା ଶ୍ରୀମତି ଭାନୁ ପ୍ରଭା ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସହରରେ ଜବରଦଖଲ ଉଚ୍ଛେଦ , ଡ୍ରେନ ସଫେଇ କଭର ପ୍ଳେଟ, ସ୍ମାର୍ଟ ପାର୍କ ନିର୍ମାଣ,ପଦା ସାହି ଓ କନବାଗିରିରେ ସ୍ଵାଗତ ଗେଟସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡିଛି । ତେବେ ଉଛେଦ ବେଳେ କ୍ଷତିଗସ୍ତ ଲୋକଙ୍କୁ ଥଇଥାନ କରିବା ମଧ୍ୟଜରୁରୀ। ତେବେ ଅଧକ୍ଷା ଭାନୁ ପ୍ରଭା ମିଶ୍ର ଓ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଉନ୍ନତି ଓ ଦୁର୍ନିତୀ ମୁକ୍ତ ଚିନ୍ତାଧାରା ସହରକୁ ବିକାଶ ପଥରେ ଆଗେଇନେବ ବୋଲି ସାଧାରଣରେ ଆଲୋଚନା ଦେଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ସନ୍ତୋଷ ବାଗ, କାଉନସିଲର ଙ୍କ ସମେତ ସତ୍ୟପ୍ରକାଶ ମହାପାତ୍ର, ପ୍ରଭାତ ସାହୁ,ସସ୍ମିତା ବେହେରା, ମୁକେଶ ରଂଜନ ନାୟକ, ପବିତ୍ର ସାହୁ, ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.