mobile header

ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର, ଜିଲ୍ଲା ପ୍ରଶାସନ ତରଫରୁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ ଗ୍ରାମବାସୀଙ୍କ ସ୍ଥାନାନ୍ତର ଏବଂ ରିଲିଫ୍ ଯୋଗାଣ

ମାଲକାନଗିରି: ୧୬/୦୭/୨୨ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ସମ୍ପ୍ରତି ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ମୋଟୁ ଏବଂ ମୁରଲିଗୁଡାର ନିମ୍ନମାନର ଅଞ୍ଚଳ ପରିଦର୍ଶନ କରିଥିଲେ । ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ ଗ୍ରାମବାସୀଙ୍କ ସ୍ଥାନାନ୍ତର ଏବଂ ରିଲିଫ୍ ଯୋଗାଣ ଯାଞ୍ଚ କରିଥିଲେ । ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର। ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି। ପୋଲାଭରମ ପ୍ରକଳ୍ପର ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବଢିବାରେ ଲାଗିଛି। ଗୋଦାବରୀ ନଦୀର ଜଳ ନିଷ୍କାସିତ ହୋଇନପାରି ବୁଡିଛି ମୋଟୁ ଅଞ୍ଚଳର ୪ଟି ଗାଁ। କେବଳ ମୋଟୁ କାହିଁକି ଆନ୍ଧ୍ରର ଚିନ୍ତୁର ଓ କାଲେରୁ ଗାଁ ମଧ୍ୟ ଯଥେଷ୍ଟ ପ୍ରଭାବିତ ହୋଇଛି। ଘରଦ୍ୱାର ସବୁ ପାଣିରେ ବୁଡ଼ି ରହିଛି l ଏମିତି ରହିଛି ମୋଟୁର ସ୍ଥିତି। ମୋଟୁରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇଛି। ଗୋଦାବରୀ ନଦୀ ଫୁଲୁଥିବାରୁ ଏହାର ପ୍ରଭାବରେ ମୋଟୁର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି।।ଏଥିଯୋଗୁ ଜାତୀୟ ରାଜପଥ- ୩୨୬ରେ ପଡ଼ୋଶୀ ରାଜ୍ୟକୁ ଯାତାୟାତ ଠପ୍ ହୋଇଯାଇଛି।

Leave A Reply

Your email address will not be published.