mobile header

ଉଠାଜଳସେଚନ ପ୍ରକଳ୍ପ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରୁଛି

ଫୁଲବାଣୀ ୧୬/୦୭
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ । ଏହି ଜିଲ୍ଲାରେ ଶତକଡ଼ା ୭୦ ପ୍ରତିଶତ ଲୋକ ଆଦିବାସୀ । ସମସ୍ତେ ଚାଷ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଜିଲ୍ଲାରେ ତେବେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ନ ଥିବାରୁ ବର୍ଷାଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ଚାଷୀ। ଜିଲ୍ଲାରେ ମୋଟ ଚାଷଜମି ୧ ଲକ୍ଷ ୨୪ ହଜାର ହେକଟର ମଧ୍ୟରୁ ମାତ୍ର ୩୦ ପ୍ରତିଶତ ଚାଷ ଜମିକୁ ଖରୀଫ ଋତୁରେ ଜଳସେଚନର ବ୍ୟବସ୍ଥା ରହିଛି । ରବୀରେ ଜଳସେଚନ ବ୍ୟବସ୍ଥା ନାହିଁ କହିଲେ ଚଳେ।
ହେଲେ ବର୍ତ୍ତମାନ ଉଠାଜଳସେଚନ ବିଭାଗ ଚାଷୀଙ୍କ ଜମିକୁ ବର୍ଷ ତମାମ ଜଳସେଚନ ଯୋଗାଇଦେବା ଲାଗି ହାତ ବଢାଇଛି। ଗ୍ରାମାଞ୍ଚଳରେ ଉଠା ଜଳ ସେଚନ ପ୍ରକଳ୍ପମାନ ନିର୍ମାଣ କରିବା ଫଳରେ ଏବେ ସେମାନେ ଖରୀଫ ଓ ରବି 6ର ଚାଷ କରି ବେଶ ଦି ପଇସା ଲାଭ କରିବା ସହ ହସଖୁସିରେ ପରିବାର ଚଳାଉଛନ୍ତି। ନିଜ ପିଲାମାନଙ୍କୁ ପାଠଦିଅକ୍ଷର ମଧ୍ୟ ପଢ଼ାଉଛନ୍ତି ଏହିସବୁ ଗ୍ରାମର ଲୋକେ । ରହିବାଲାଗି ସୁନ୍ଦର ଘର ମଧ୍ୟ ନିର୍ମାଣ କରି ପାରିଛନ୍ତି । କୋରନା ମହାମାରୀ ସମୟରେ ଦାବନ ଖଟିବାକୁ ଯାଇ ରାଜ୍ୟ ବାହାରେ ଥିବା ଆଦିବାସୀ ଯୁବକ ଯୁବତୀମାନେ ଗ୍ରାମକୁ ଫେରି ବେକାର ବସିଥିଲେ ।
ବିଭାଗ ପକ୍ଷରୁଏବେ ୧୪ ଲକ୍ଷ ୯୨ହଜାର ଟଙ୍କା ବାୟରେ ରାଇକିଆ ବ୍ଳକର ବନସୁଗା ନାଳ ନହୁଡି ମାହା-୧ଉଠା ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ଫଳରେ ସେମାନେ ଚାଷ ପ୍ରତି ମନ ବଳାଇଥିବା ଗ୍ରାମର ପ୍ରଦୀପନା ଏକ, ସୁମିତ୍ରା ମଲିକ,ସନ୍ତୋଷ ପ୍ରଧାନ, ରାଜେନ୍ଦ୍ର ମଲିକ ପ୍ରମୁଖ ଚାଷୀ କହିଛନ୍ତି ।
ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳ ୪୨ଜଣ ଗରୀବ ନାମ ମାତ୍ର କ୍ଷୁଦ୍ର ଚାଷୀ ଉପକ୍ରତ ହୋଇ ପାରିଛନ୍ତି । ଏହି ପ୍ରକଳ୍ପ ଖରୀଫରେ ୨୦ହେକ୍ଟର ଓ ରବୀରେ୧୨ ହେକ୍ଟର ଜମିକୁ ଜଳସେଚନ ଯୋଗାଉଛି । ସେହିପରି ଓଲମନାଳର ଜଳ ପ୍ରବାହ ମାଧ୍ଯମରେ ୧୬ଲକ୍ଷ ୨୦ହଜାର ଟଙ୍କା ବାୟରେ ଆଉ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଅଞ୍ଚଳର ୩୮ ଜଣ ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି। ଏହି ଉଠାଜଳସେଚନ ପ୍ରକଳ୍ପ ଖରୀ ଫ ଋତୁରେ ୧୬ ହେକ୍ଟର ଓ ରବୀରେ ୧୨ ହେକ୍ଟର ଜମିକୁ ଜଳସେଚିତ କରୁଛି । ସେହିପରି କନୂଆଗାଁ ବ୍ଲକ ଜଣ ଚାଷୀଙ୍କୁ ଗଭୀର ନକକୁପଯୋଗାଇ ଦିଆଯାଇଛି । ଏହାଦ୍ୱାରା ଜିଲ୍ଲା ର ଅର୍ଥ ନିତିକୁ ଉର୍ଦ୍ଧ୍ଵ ଗାମୀ କରିବା ସହ ରାଜ୍ୟର ଅର୍ଥନିତୀ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
ରାଜ୍ୟ ସରକାର ଓ କନ୍ଧମାଳ ଜିଲ୍ଲା ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂରୁଦ୍ରପ୍ରସାଦ ମିଶ୍ର ଓ ସହକାରୀ ଯନ୍ତ୍ରୀଙ୍କ ଆନ୍ତରୀକତା,ନିଷ୍ଠାପର ଉଦ୍ୟମ ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି । ଲୋକେ ଏବେ ପଡିଆ ପଡିଥିବା ଜମିରେ ଚାଷ କରୁଛନ୍ତି । ବର୍ତ୍ତମାନ
ପଡ଼ିଆ ଭୁଇଁରେ ସୁନାଫିଳିଛି । ପଡ଼ିଆ ପଡିଥିବା କ୍ଷେତ ଏବେ ଧାନ, ସାଙ୍ଗକୁ ଭଳି କିଭଳି ପନି ପରିବାରେ ପୁରି ଉଠିଛି । ସେମାନେ ଏବେ ଦାଦନ ଖଟିବାକୁ ନଯାଇ ଚାଷ କାମରେ ମନ ନିବେଶ କରିଛନ୍ତି ଆଉ ଉଠାଜଳସେଚନ ବିଭାଗ ଅଧିକାରୀମାନଙ୍କୁ ଭୁରି ଭୁରି ପ୍ରଶସାଂ ରେ ପୋତି ପକାଇଛନ୍ତି ।
ଉଠା ଜଳସେଚନ ବିଭାଗର ପ୍ରୟାସ ଏବେ ଚାଷୀମାନଙ୍କ ମୁହଁରେ ହସ ଫୁଟାଇବା ସହ କନ୍ଧମାଳ ଜିଲ୍ଲାରେ ଆଣିଛି ନୂତନ ସମ୍ଭାବନା

Leave A Reply

Your email address will not be published.