mobile header

ଲକ୍ଷାଧିକ ଟଙ୍କାରେ ନିର୍ମିତ କଲ୍ୟାଣ ମଣ୍ଡପ କାର୍ଯ୍ୟ ନିମ୍ନମାନର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବୀ

ଫୁଲବାଣୀ -17/07 ସହରରେ କଲ୍ୟାଣମଣ୍ଡପ ଟିଏ ନଥିଲା lଫଳରେ ବାହାଘର ଟିଏ ହେଉ, ବ୍ରତ କି ମୀଟିଙ୍ଗ ପାଈଁ ଅସୁବିଧା ଭୋଗୁଥିଲେ ସହରବାସୀ lଲୋକଙ୍କ ଦାବୀ ପ୍ରକାରେଆବଶ୍ୟକତା କୁ ଦ୍ରୁଷ୍ଟି ରେ ରଖି ଲକ୍ଷାଧିକ ଟଙ୍କା ବ୍ୟୟରେ ଜି. ଉଦୟଗିରି ଠାରେ ଏନ ଏ ସି ପକ୍ଷରୁ ସୁନ୍ଦର ଓ ଆକର୍ଷଣୀୟ ଡିଜାଇନ ରେ ନିର୍ମାଣ ହେଲା lଲୋକେ ବି ଖୁସି ଅନୁଭବ କଲେ lହେଲେ ନିର୍ମାଣ କେଇଟାମାସ ଯାଇନି ଏବେ ବର୍ଷରେ ଗଳିବା ସହ କାଂଥ ରୂ ପାଣି ବୋହି ଓଦା ହେଲାଣି l ଠାଏ ଠାଏ କାଂଥ ରୂ ସିମେଣ୍ଟ ବି ଖସିଲାଣି lଯାହା ଏ ଚିତ୍ର ବୟାନ କରୁଛି lଦାଇତ୍ୱ ରେ ଥିବା ଯନ୍ତ୍ରୀ ଙ୍କ ଦୁର୍ନିତୀ ପୁର୍ଣ କାରବାର ଜୋଂଗୁଁ ଠିକାଦାର ପିସି ଦେଇ ସନ୍ତୁଷ୍ଟ କରିବାକୁ ଯାଇ ଏଭଳି ନିମ୍ନ ମାନର କାର୍ଯ୍ୟ କରିଥିଵା କୁହାଯାଉଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଯନ୍ତ୍ରୀ ଓ ଠୀକା ଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହେଉଛି lଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବାଲାଗି ସାଧାରଣ ରେ ଦାବୀ ହେଉଛି lଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରେ ସେ ଅଭିଯୋଗ ମିଳିଲେ ତଦନ୍ତ ହେବ ବୋଲି କହିଛନ୍ତି l

Leave A Reply

Your email address will not be published.