mobile header

ପଞ୍ଚାୟତ ଅଫିସରୁ ଚୋରି କଲେ ସରପଞ୍ଚ!

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପଞ୍ଚାୟତ ଅଫିସରୁ ଜିନିଷ ଚୋରି କରି ବିକୁଛନ୍ତି ସରପଞ୍ଚ । ଚୋରି ଜିନିଷକୁ ସହଯୋଗୀଙ୍କ ଜରିଆରେ ବିକୁଛନ୍ତି ବୋଲି ଗ୍ରାମବାସୀ ଏବଂ ଅଫିସ ପିଅନ ଅଭିଯୋଗ କରିଛନ୍ତି ।କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ! ଗ୍ରାମବାସୀ କହିଛନ୍ତି ଯେ, ସରପଞ୍ଚ ସହଯୋଗୀଙ୍କୁ ଲଗାଇ ଅଫିସ ଜିନିଷ ଚୋରି କରୁଛନ୍ତି ଏହି ଘଟଣାର ପ୍ରମାଣ ପଞ୍ଚାୟତ ଅଫିସ ପିଅନଙ୍କ ନିକଟରେ ଥିବା ସେ କହିଛନ୍ତି । ସରପଞ୍ଚ ବସନ୍ତ ମହାନନ୍ଦ ଅଫିସ ଭିତର ପଟରୁ ତାଲା ପକାଇ ବହୁ ବର୍ଷ ରୁ ରହଥିବା ଏକ ଓଜନିଆ ଲୁହା ଟ୍ରେଜେରୀ ଓ ଏକ ଧାନ ପେସା ହଲର ମେସିନ କୁ ଭାଙ୍ଗି ବିକ୍ରି କରି ଦେଇଛନ୍ତି ।ଘର ଢ଼ିଙ୍କି କୁମ୍ଭୀର ସ୍ୱରୂପ ସରପଞ୍ଚ ସହଯୋଗୀଙ୍କ ସହ ମିଶି ପଞ୍ଚାୟତ ଅଫିସକୁ ଲୁଟିବାରା ଲାଗିଛନ୍ତି । ଏହି ଘଟଣାରେ ଗ୍ରାମବାସୀ ବରପାଲି ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ରାଜନୈତିକ ଚାପ ଯୋଗୁଁ କିଛି କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ଅଭିଯୋଗକାରୀ କହିଛନ୍ତି । ଏବେ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ।ଘଟଣାର ନିରପେକ୍ଷ ତଦନ୍ତ କରି ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ଗ୍ରାମବାସୀ । ଜିଲ୍ଲାପାଳ ମନୀଷା ବାନାର୍ଜୀ ଏହି ଅଭିଯୋଗର ତଦନ୍ତ କରୁଛନ୍ତି ଏବଂ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.