mobile header

ନିମ୍ନ ମାନର କାମ ଯୋଗୁଁ ବର୍ଷେ ନପୂରୁଣୁ ଭୁଶୁଡିଲା ପାଚେରୀ


ଫୁଲବାଣୀ 17/07

ପାଣିରେ ପଡିଲା ସରକାରଙ୍କ
ଲକ୍ଷାଧିକ ଟଙ୍କା l ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକଲଯୋଗୁଂ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି l
ନିମ୍ନ ମାନର କାମ ଯୋଗୁଁ ଗୋଟିଏ ରାତିର ବର୍ଷା ରେ ପାଚେରୀ ଭୁଶୁଡିପଡ଼ିଲା l
ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଏନ ଏ ସି ପକ୍ଷରୁ ପୋଖରୀ ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀର ଚତୁର୍ପାଶ୍ୱ ରେ ଗତ ବର୍ଷ ପାଚେରୀ ନିର୍ମାଣ କରାଯାଇଥିଲା l
ହେଲେ ଗତ ରାତିର ଗୋଟିଏ ବର୍ଷାରେ ପାଚେରୀ ଭାଙ୍ଗିରୁଜି ନଷ୍ଟ ହୋଇଗଲା l
ଦ lଇତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ କୁଆଡେ ମାତ୍ରାଧିକ ପିସି କାରବାର ଯୋଗୁଁ ଠିକାଦାର ନିମ୍ନମାନର କାମକରି ଥିବା ଯୋଗୁଁ ନିର୍ମାଣ ର ବର୍ଷେ ନ ପୂରୁଣୁ ପାଚେରୀ ଭାଙ୍ଗିଯାଇ ଥିବା ଅଭିଯୋଗ ହେଉଛି l ପୋଖରୀ ସୌନ୍ଦର୍ଯ୍ୟ କରଣ ନାଁ ରେ ଲକ୍ଷାଧିକ ଟଙ୍କା ହେରଫେର ହୋଇଥିବା ମଧ୍ୟ ଅଭିଯୋଗ ହେଉଛି l ଏହାର ଭିଜିଲାନ୍ସ ତଦନ୍ତକରାଗଲେ ବହୁ ଦୁର୍ନୀତିର ଗୁମର ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେଚର୍ଚା ହେଉଛି l

Leave A Reply

Your email address will not be published.