mobile header

ବାରିପଦା ଷ୍ଟାଡିୟମରେ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ

ମୟୁରଭଞ୍ଜକୁ ହରାଇ ପଶ୍ଚିମବଙ୍ଗ ଚାମ୍ପିୟନ
17/07/2022
ମୟୂରଭଞ୍ଜ।

ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନ ଓ ମୟୁରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନ ଆନୁକୂଲ୍ୟରେ ଗତକାଲି ପଶ୍ଚିମବଙ୍ଗ ଓ ମୟୁରଭଞ୍ଜ ମଧ୍ୟରେ ଏକ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଏହି ଆକର୍ଷଣୀୟ ମ୍ୟାଚରେ ପଶ୍ଚିମବଙ୍ଗ ଦଳ ମୟୁରଭଞ୍ଜକୁ ଟାଇ ବ୍ରେକର ଜରିଆରେ ୨-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଏହି ଖେଳକୁ ଉତ୍କଳ ମଣି ବେହେରା, ବାପୁନ କୁମାର ମହାନ୍ତ ଓ ସୀତାରାମ ସୁଲତାନ ହାଁସଦା ପରିଚାଳନା କରିଥିଲେ। ଚମ୍ପିୟାନ ଦଳକୁ ନଗଦ ରାଶି ୫ ହଜାର ଓ ରନର୍ସ ଅପ ଦଳକୁ ୩ ହଜାର ଟଙ୍କା ପ୍ରଦାନ କରାଯାଇଛି। ଡ. ଦେବାଶିଷ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ହୃଦାନନ୍ଦ ମୁର୍ମୁ, ଦୁର୍ଗା ମାରାଣ୍ଡି, ବାଙ୍ଗିରିପୋଷି ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରିୟନାଥ ମାରାଣ୍ଡି, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସହ ସମ୍ପାଦକ ଅମର କୁମାର ସେଠି, ମିଡ଼ିଆ ସଂଯୋଜକ ସୋମନାଥ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଓ ସଂଗଠନ ସମ୍ପାଦକ ମୋହନ ମୁର୍ମୁ ଉପସ୍ଥିତ ଥିଲେ। ପୂର୍ବତନ କ୍ରୀଡା ଅଧିକାରୀ କୁମାର ରଞ୍ଜନ ପଣ୍ଡା ପୁରସ୍କାର ବିତରଣୀ ସଭା ପରିଚାଳନା କରିଥିବା ବେଳେ ଧର୍ମରାଜ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଫୁଟବଲ ପ୍ରେମୀ ଖେଳକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.