mobile header

ଦାରିଙ୍ଗିବାଡ଼ି ବିଡ଼ିଓ ଙ୍କ ବୃକ୍ଷରୋପଣ ଓ ସଚେତନତା

ଫୁଲବାଣୀ18/07
କନ୍ଧମାଳ ଜିଲ୍ଲାଦାରିଂବାଡ଼ି ବିଡ଼ିଓ ଗଦାଧର ପାତ୍ର ଓ ସୀମନବାଡୀ ବନ ବିଭାଗ ରେଞ୍ଜ ପକ୍ଷରୁ ରେଞ୍ଜର ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ବିଭିନ୍ନ ସ୍ଥାନ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାନ ହୋଇଥିଲା lଏହି ଅବସରରେଦନେକବାଡି ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଡ଼ିଓ ଗଦାଧର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଵା ସହ
ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦେଇଥିଲେ lସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ ବିଡ଼ିଓ ପାତ୍ର l ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ବିଡ଼ିଓ ଗଦାଧର ପାତ୍ର ଆହୁରି କହିଥିଲେ l
ଅନ୍ୟମାନଙ୍କ ମଧରେ ଜଙ୍ଗଲ ବିଭାଗ ଫରେଷ୍ଟର ପ୍ରଶନ୍ନ ପାତ୍ର, ଡ଼ମ୍ବୁରୁ ଧର ଦିଗଲ, ପ୍ରିୟଙ୍କା ନାୟକ ସରପଞ୍ଚ ଧନଞ୍ଜୟ ପ୍ରଧlନ, ଙ୍କ ସମେତ ଏହି କାର୍ଯ୍ୟକ୍ରମ ରେ ବହୁ ପଦସ୍ତ ଅଧିକାରୀ ଙ୍କ ସମେତ ପ୍ରଦାନ ସ୍ଵେଛାସେବୀ ସଂଗଠନ କର୍ମକର୍ତା, ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀ ,ଛାତ୍ର ଛାତ୍ରୀ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ lବିଡ଼ିଓ ପାତ୍ର ପ୍ରଶାସନିକଦାଇତ୍ୱନିଷ୍ଠା,ଓ ଆନ୍ତରିକତା ସାଙ୍ଗକୁ ସୁଚାରୁରୂପେ ତୁଲାଇବାସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ସାଙ୍ଗକୁ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ପ୍ରତି ଥିବା ଆଗ୍ରହ ଦେଖି ବିଡ଼ିଓ ପାତ୍ରଙ୍କୁ ଭୁରି ଭୁରି ପ୍ରଶଂସା ସହ ବିଡ଼ିଓ ହେବତ ଏମିତି ବୋଲି ଦନେକବାଡି ଗ୍ରାମବାସି କହିଥିଲେ l

Leave A Reply

Your email address will not be published.