
ଫୁଲବାଣୀ ୧୮/୦୭
ଫୁଲବାଣୀ ର କେପିସାଲକୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ରବିବାର ଫୁଲବାଣୀ ରୋଟାରୀ କ୍ଲବ ୪୨ତମ ଅଧିଷ୍ଠାନ ଦିବସ ପାଳିତ ହେବା ସହ ୨୦୨୨-୨୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିଲା।
ବରିଷ୍ଠ ଆଇନଜୀବୀ ତଥା ରୋଟାରିଆନ ହରୀଶ୍ଚନ୍ଦ୍ର ମହାରଣା ସଦ୍ଭାପତି ଭାବେ ମନୋନୀତ ହୋଇଥିବାବେଳେ ରୋଟାରିଆନ୍ ମନୋରଂଜନ ପଟ୍ଟନାୟକ ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଛନ୍ତି ।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବେନଶ୍ଵର ଡିଜି ଏମଜଜ୍ଞ ଶୀଷ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ରୋଟାରୀ ର ଆଭିମୁଖ୍ୟ କାର୍ଯ୍ୟକାରୀତା ସଂପର୍କରେ ବର୍ଣ୍ଣନା କରିବା ସହ ସମସ୍ତେ ନିଷ୍ଠା ଓ ଆନ୍ତରିକତା ର ସହ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ । ପୂର୍ବତନ ସଭାପତି କୁନ୍ଦନସିଂ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଗତବର୍ଷର କାର୍ଯ୍ୟକ୍ରମ ସଂପର୍କିତ ବର୍ଣ୍ଣନା କରିଥିଲେ। ରୋଟାରିଆନ ଜୀବନ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ସିଏ ଚସି ଆଶା କର୍ମୀ ଶ୍ରୀମତି ନନ୍ଦିନୀ ପ୍ରଧାନ,ଫୁଲ ବାଣୀ ମୁନିସପାଲଟିରସଫେଇ କର୍ମଚାରିସୁଜିତ ନା ଏକ, ଆରତି ମୁଖୀ,ଅଙ୍ଗନବାଡି କର୍ମୀ ଗୀତାଞଳୀ କହଁର, ପ୍ରମୁଖଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ପବନ ଅଗ୍ରୱ୍ୱାଲ, ପ୍ରକାଶ ପଣ୍ଡା ବିରା ଜିନି ମହାପାତ୍ର,ସୁନିତି ଆଚାରୀ, ଦେବେନ୍ଦ୍ର ପାତ୍ର, ଶରତ ସୁବୁର୍ଦ୍ଧି, ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ରୋଟାରିଆନ ପ୍ରସନ୍ନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।