
ବରଗଡ: ଏଚଡିଏଫସି ଏଗ୍ରୋ ବୀମା କମ୍ପାନୀ ର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ ମାନଙ୍କ ବୀମା ରାଶି ପ୍ରଦାନ ନକରିବା ଏବଂ ଫସଲ ବୀମା ଆଇନ କୁ ପାଳନ ନକରିବା ପ୍ରତିବାଦ ରେ ବାଧ୍ୟହୋଇ ଆଜି ସକାଳ ୬ଘଣ୍ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ସମସ୍ତ ବ୍ଲକର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଆହ୍ବାନ କୁ ପୂର୍ଣ୍ଣମାତ୍ରାରେ ସମର୍ଥନ ମିଳିଛି। ଏହି ଆନ୍ଦୋଳନ କୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି ଏବଂ ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଥିବାର ପରିଲକ୍ଷିତ ହେଉଛି । ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଯାନ ବାହନ ଅଟକି ରହିଛି । ଜିଲ୍ଲା ର ସୀମା ମାଣ୍ଡୋସିଲ ଠାରୁ ବିଜେପୁର, ପାଇକମାଳ, ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ସୋହେଲା ବ୍ଲକ୍ ଅଞ୍ଚଳରେ ବନ୍ଦର ପ୍ରଭାବ ପଡିଛି।