ଫୁଲବାଣୀ -18/07 କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ପ୍ରେମଝରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ର ଦୂର ବସ୍ଥା କହିଲେ ନସରେl ଗତ ୧୨ ବର୍ଷଧରି ସ୍କୁଲ ଗୃହ ର ଛାତ ରୁ କୁଆଡେ ଗଳୁ ଥିବାରୁ ଛାତ୍ର ଛାତ୍ରୀମାନେ ପାଠ ପଢିବାରେ ହନ୍ତସନ୍ତ ହେଉଛନ୍ତି! ବର୍ଷା ଦିନେ ଶ୍ରେଣୀ ଗୃହରେ ବସି ହେଉ ନାହିଁ ସ୍କୁଲରେ ୭O ରୁ ଉର୍ଧ୍ଵ ଛାତ୍ର ଛାତ୍ରୀ ଅଛନ୍ତି! ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ମାନଙ୍କ ପାଇଁ କେବଳ ତିନୋଟି ଶ୍ରେଣୀ କୋଠରୀ ରହିଛି! ଏହି ତିନୋଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପିଲାଙ୍କୁ ପାଠ ପଢା ହେଉଛି! ବର୍ଷା ଯୋଗୁଁ ପିଲାମାନେ ମିଡ଼ ଡେ ମିଲ ଖାଇବା ବଡ଼ କଷ୍ଟ ହେଉଛି!ଗଛମୂଳେ ବର୍ଷାରେ ଭିଜି ଭିଜି ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି!
ଦୀର୍ଘ ୬ ମାସ ତଳେ କୁଆଡେ ତିରିଶ ଲକ୍ଷ ଟଙ୍କା ମଂଜୁର ହୋଇଥିଲା ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ. କିନ୍ତୁ ବ୍ଲକ ତିଆରି କଲାନାହିଁ ବୋଲି
ଗ୍ରାମବାସୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି!
ତେଵେ ଇତିମଧ୍ୟରେ ଡି ଆର ଡି ଏ ର ଇଭାଲୁଏସନ ଟିମ ଗତ ୧୩ ତାରିଖରେ ପ୍ରେମଝରି, ଓ ଭାଲିଆଗୁଡା ସ୍କୁଲ କୁ ସ୍ମାର୍ଟ ସ୍କୁଲ କରାଯିଵା ଲାଗି ପ୍ରସ୍ତୁତି ଚାଲିଥିବା ବିଡ଼ିଓ ରବୀନ୍ଦ୍ର କହଁର କହିଛନ୍ତି l
