mobile header

ସମ୍‌ରେ ଆର୍ନ୍ତଜାତିକ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳିତ


ଭୁବନେଶ୍ୱର ,୧୮/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌
ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପରିସରରେ ଆର୍ନ୍ତଜାତିକ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳିତ
ହୋଇଯାଇଅଛି । ସମ୍‌ର ବର୍ଣ୍ଣ ପ୍ଳାଷ୍ଟିକ୍ ଆଣ୍ଡ ରିକନ୍‌ଷ୍ଟ୍ରକ୍‌ସନ ସର୍ଜରୀ ବିଭାଗ ପକ୍ଷରୁ ଆୟୋଜିତ
କାର୍ଯ୍ୟକ୍ରମରେ ଚିକତ୍ସା ବିଜ୍ଞାନରେ ପ୍ଲାଷ୍ଟିକ ସର୍ଜରୀ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା
କରାଯାଇଥିଲା ।
ନିଆଁରେ ପୋଡି ହୋଇଯିବା, ଦୁର୍ଘଟଣାରେ ଅଂଗପ୍ରତ୍ୟଂଗ ହରାଇବା ପ୍ରଭୃତି କ୍ଷେତ୍ରରେ ଜଟିଳ
ଅତ୍ସୋପଚାର ଏବଂ ଏହାର ପରବର୍ତୀ ଉପଚାର ସହିତ ଶରୀରରେ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟକରଣ ଚିକିତ୍ସା
ଏହି ବିଭାଗରେ ସମ୍ପାଦନ କରାଯାଇଥାଏ ।
ପ୍ରତିବର୍ଷ ଜୁଲାଇ ୧୫ ତାରିଖରେ ସମଗ୍ର ବିଶ୍ୱରେ ଏହି ଦିବସ ପାଳନ କରାଯାଇଥାଏ । ଏହି
ଅବସରରେ ବର୍ଣ୍ଣ ୱାର୍ଡରେ ଥିବା ରୋଗୀମାନଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଂଟନ କରାଯାଇ ସେମାନଙ୍କର
ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି କାମନା କରାଯାଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ
ସାମନ୍ତସିଂହାର, ପ୍ଳାଷ୍ଟିକ୍ ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ସୁଶାନ୍ତ କୁମାର ମିଶ୍ର, ଡାକ୍ତର ବିନାୟକ ମିଶ୍ର,
ଡାକ୍ତର ଲୋପାମୁଦ୍ରା ମହାରଣା, ସର୍ଜରୀ ଆଇସିୟୁର ମୁଖ୍ୟ ଡାକ୍ତର ସନ୍ତୋଷ ସିଂ ପ୍ରମୁଖ ଉପସ୍ଥ ିତ ରହି
ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.