mobile header

ରାଷ୍ଟ୍ରପତି ଭବନର ଜଣାଅଜଣା କଥା

ରାଷ୍ଟ୍ରପତି ଭବନ ନିର୍ମାଣ ପାଇଁ ଲାଗିଥିଲା ୧୭ ବର୍ଷ । ୧୯୧୨ ମସିହାରେ ଏହାର ନିର୍ମାଣ କାମ ଆରମ୍ଭ ହୋଇ ୧୯୨୯ ମସିହାରେ ଶେଷ ହୋଇଥିଲା । ଏହାକୁ ତିଆରି କରିବା ପାଇଁ ୨୯ ହଜାର ଶ୍ରମିକ ନିୟୋଜିତ ହୋଇଥିଲେ ।
-ଏହାକୁ ନିର୍ମାଣ କରିବା ପାଇଁ ୭୦୦ ନିୟୁତ ଇଟା, ୩ ନିୟୁତ ଘନଫୁଟର ପଥର ବ୍ୟବହାର କରାଯାଇଥିଲା ।
-ରାଇସିନା ହିଲ୍ ଉପରେ ନିର୍ମାଣ ହୋଇଛି ରାଷ୍ଟ୍ରପତି ଭବନ । ପୂର୍ବରୁ ଏଠାରେ ରାଇସିନା ଓ ମାଲ୍‌ବା ନାଁରେ ଦୁଇଟି ଗାଁ ରହିଥିଲା । ଏହି ମହଲ ତିଆରି ପାଇଁ ଦୁଇ ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇଥିଲା ।
– ଦେଶ ସ୍ୱାଧୀନ ହେବା ଆଗରୁ ଏଠାରେ ଭାଇସରାୟ ରହୁଥିବାରୁ ଏହା ଭାଇସରାୟ ହାଉସ୍ ନାଁରେ ପରିଚିତ ଥିଲା ।
– ଏଥିରେ ରାଷ୍ଟ୍ରପତି କାର୍ଯ୍ୟାଳୟ, ଅତିଥି କକ୍ଷ, ସମାରୋହ କକ୍ଷ ସହ ୩୦୦ରୁ ଅଧିକ ଗୃହ ରହିଛି । ଏହାସହ ବିଭିନ୍ନ ଆକାରର ଉଦ୍ୟାନ ମଧ୍ୟ ରହିଛି ।
-ରାଷ୍ଟ୍ରପତି ଭବନର ଦରବାର ହଲରେ ରହିଛି ଗୌତମ ବୁଦ୍ଧଙ୍କ ପ୍ରତିମା । ସେହିପରି ଉପହାର ସଂଗ୍ରହାଳୟରେ ରହିଛି ରାଜା ପଂଚମ ଜର୍ଜଙ୍କ ୬୪୦ କେଜିର ରୁପାର ସିଂହାସନ । ୧୯୧୧ ମସିହାରେ ଦିଲ୍ଲୀ ଦରବାର ସମୟରେ ସେ ଏହି ସିଂହାସନରେ ବସିଥିଲେ ।
-ରାଷ୍ଟ୍ରପତି ଭବନର ମାର୍ବଲ ହାଉସରେ ରହିଛି ଭାଇସରାୟ ଏବଂ ବ୍ରିଟିସ ରାଜପରିବାର ସଦସ୍ୟଙ୍କ ମାର୍ବଲ ପ୍ରତିମୂର୍ତି ଓ ଚିତ୍ର ।
– ରାଷ୍ଟ୍ରପତି ଭବନର ଅଶୋକା ହଲ୍ ବେଶ୍ ପ୍ରସିଦ୍ଧ। ଏହି ହଲ୍‌ରେ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
– ରାଷ୍ଟ୍ରପତି ଭବନରେ ମୋଟ୍ ୭୫୦ କର୍ମଚାରୀ କାମ କରନ୍ତି । ଏମାନଙ୍କ ମଧ୍ୟରେ ୨୩୫ ଜଣ କାର୍ଯ୍ୟ କରନ୍ତି ରାଷ୍ଟ୍ରପତିଙ୍କ ଅଫିସରେ ।
-ପ୍ରତି ଶନିବାର ଦିନ ୧୦ଟା ବେଳେ ରାଷ୍ଟ୍ରପତି ଭବନରେ ୩୦ ମିନିଟ ପାଇଁ ଚେଞ୍ଜ୍ ଅଫ୍ ଗାର୍ଡ ସମାରୋହ ଅନୁଷ୍ଠିତ ହୋଇଥାଏ । ସାଧାରଣ ଦର୍ଶକ ଏହି ସମାରୋହ ଦେଖିବାର ସୁଯୋଗ ପାଇଥାନ୍ତି ।

Leave A Reply

Your email address will not be published.