mobile header

ବରିଷ୍ଠ ନାଗରିକ ଙ୍କୁ ବ୍ୟାଙ୍କ ର ଅଣଦେଖା ଅଭଯୋଗ

ଫୁଲବାଣୀ -19/07 କନ୍ଧମାଳ ଜିଲ୍ଲା ସଦରମହକୁମା ସମେତ ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେଟବ୍ୟାଙ୍କ ଶାଖା ଗୁଡିକ ରେ କାର୍ଯ୍ୟ ରତ ଥିବା କର୍ମଚାରି ମାନେ କୁଆଡେ ବରିଷ୍ଠ ନାଗରିକ ମାନଙ୍କୁ ଉଚିତ ସମ୍ମାନ ଓ ସେବା ଦେଉ ନ ଥିବା ଗୃରୁତର ଅଭିଯୋଗ ହେଉଛି । କେତେକ ବରିଷ୍ଠ ନାଗରିକ ଅଭିଯୋଗ କରି ଦର୍ଶାଇଛନ୍ତି ଯେ,ସ୍ଥଳ ବିଶେଷ ରେ ବରିଷ୍ଠ ମାନଙ୍କୁଜାଣିଶୁଣି ହଇରାଣ ହରକତମଧ୍ୟ କରାଯାଉଛି । ନିକଟ ରେ ଜୈନିକ ବରିଷ୍ଠ ନାଗରିକ ହେମନ୍ତ ମହାନ୍ତି ବ୍ୟାଙ୍କ କର୍ମଚାରି ମାନଙ୍କ ବ୍ୟବହାର ରେ ଅତିଷ୍ଟ ଓ ଅସନ୍ତୋଷ ପ୍ରକାଶ କରି ବ୍ୟାଙ୍କ ର ଲୋକପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ୟାଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ଉଚିତ ସମ୍ମାନ ସହ ବସିବା ପାଈଁ ଚେୟାର, ପାନୀୟ ଜଳ ଆଦି ସମେତ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସରକାର ଓ ବ୍ୟାଙ୍କ ର ସ୍ପଷ୍ଟ ନିର୍ଦ୍ଧେଶ ଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମାନେ ଉଚିତ ସେବା ଯୋଗାଇ ଦେବାରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ସରକାର ଓ ବ୍ୟାଙ୍କ କର୍ମକର୍ତ୍ତା , ତୁରନ୍ତ ବ୍ୟାଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ ର କର୍ମକର୍ତ୍ତା ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରି ,ପ୍ରତିକାର ପାଇଁ ଦାବି କରିଛନ୍ତି ।ବ୍ୟାଙ୍କ ର ଉଚ୍ଚ କର୍ମକର୍ତ୍ତା ଏଥି ପ୍ରତି ଦୃଷ୍ଟି ନ ଦେଲେ , ଭବିଷ୍ୟତରେ ବରିଷ୍ଠ ନାଗରିକ ମାନେ ଲୋକପାଳ ଓ ବ୍ୟାଙ୍କ ଉଚ୍ଚକତୃପକ୍ଷ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେବେ ବୋଲି ମିଳିତ ନାଗରିକ କମିଟୀସଭା ପତି ଡ଼ଃ. ଅରୂପ ଜେନା, ଆବାହକ ଅଶୋକ ପରୀଡlକହିଛନ୍ତି l

Leave A Reply

Your email address will not be published.