mobile header

ଦୁଷ୍କର୍ମୀଙ୍କ ପାଇଁ ଛାତରୁ ଡେଇଁଲା ନାବାଳିକା

ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା । ଛାତରୁ ଡେଇଁ ଗୁରୁତର ନାବାଳିକା ଟାଟା ମେଡିକାଲ ରେ ଭର୍ତ୍ତି । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କ ଅଟକ ରଖି କଳିଙ୍ଗନଗର ପୋଲିସର ଜେରା । କାଲି ଆନନ୍ଦପୁର ଅଂଚଳର ନାବାଳିକା ନିଜ ସାନଭାଇ ସହ ଆସିଥିଲେ । ଭଉଣୀଘର କାଳିଆପାଣିକୁ ଯିବା ପାଇଁ ଡୁବୁରୀ ଛକରେ ଓହ୍ଲାଇଥିଲେ । ଡୁବୁରୀରୁ ଚାଲିଚାଲି ଯିବା ବେଳେ ଝୁମ୍ଫାଣରେ କିଛି ପିଲା ଅଟକାଇଥିଲେ । ରାତିରେ ନ ଯାଇ ପାଖ ସ୍କୁଲ ଘରେ ରହି ସକାଳେ ଯିବାକୁ କହିଥିଲେ । କଥା ମାନି ଭାଇ ଭଉଣୀ ଉକ୍ତ ସ୍କୁଲ ଛାତରେ ଆଶ୍ରୟ ନେଇଥିଲେ । ବିଳମ୍ବିତ ରାତିରେ ସେଠାରେ ୫ ଯୁବକ ପହଁଚି ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେମାନେ ନାବାଳିକାଙ୍କ ସାନ ଭାଇକୁ ପିଟି ସେଠାରୁ ଘଉଡାଇ ଦେଇଥିଲେ । ସାନଭାଇକୁ ବିଦା କରିବା ପରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ତଳକୁ ଡେଇଁ ପଡିଥିଲେ ନାବାଳିକା । ମାଡ ଖାଇ ପଳାଇଥିବା ସାନ ଭାଇ ପାଖଲୋକଙ୍କୁ ଖବର କରିଥିଲା । ପାଖ ଲୋକ ପେଲିସ କୁ ଖବର ଦେବା ପରେ ଉଭୟ ଉଦ୍ଧାର ହୋଇଥିଲେ

Leave A Reply

Your email address will not be published.