mobile header

ମୋଟୁ ବନ୍ୟାଞ୍ଚଳ ପରିଦର୍ଶନ କଲା କଂଗ୍ରେସ ଟିମ୍ ।

କାଲିମେଳା , ୧୮/ ୭ ଆଜି କଂଗ୍ରେସର ଏକ ଟିମ୍ ମାଲକାନଗିରି ଜିଲ୍ଲାର ବନ୍ୟା ପ୍ରଭାବିତ ମୋଟୁ ଅଞ୍ଚଳ ଗସ୍ତ କରିଥିଲେ । କଂଗ୍ରେସ ଦଳର ବରିଷ୍ଠ ନେତା ଭୂଜବଳ ମାଝୀ , ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର , କାଲିମେଳାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମାଲା ମାଡ଼ି , କାଲିମେଳା ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ , ତେଲରାଇ ସରପଞ୍ଚ ମୁତା ମୋଡ଼ି , ପ୍ରଭାକର ପାଳ , ଦିଲ୍ଲୀପ ସିଲ୍ , ବିକାଶ ମଲ୍ଲିକ , ମଂଗୁ ଖିଲ , ସୁନିଲ ସେଠୀ ପ୍ରମୁଖ ପୁରୁଣା ମୋଟୁରେ ପହଞ୍ଚିଥିଲେ । ବନ୍ୟାରେ ପୀଡ଼ିତ ପରିବାରକୁ ଭେଟି ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ଭଲମନ୍ଦ ପଚାରି ବୁଝିଥିଲେ । ସୂଚନା ଥାଉକି , ଗତ ଏକ ସପ୍ତାହ ହେଲା ମୋଟୁ ଅଞ୍ଚଳ ବନ୍ୟା ଘେରରେ ରହିଥିବା ବେଳେ ଗତକାଲି ଠାରୁ ବନ୍ୟାପାଣି ହ୍ରାସ ପାଇବାରେ ଲାଗିଛି । ରାତି ୮ଟା ସୁଧା ମୁଗ ପଏଣ୍ଟ ଠାରୁ ମୋଟୁ ବଜାରକୁ ଲମ୍ବିଥିବା ପିଚୁ ରାସ୍ତା ତଳକୁ ବନ୍ୟାପାଣି ଖସି ଯାଇଛି । ଫଳରେ ମୁଗ ପଏଣ୍ଟ ଏବେ ବନ୍ୟାପାଣିରୁ ମୁକ୍ତ ହୋଇପାରିଛି । କିନ୍ତୁ ପୁରୁଣା ମୋଟୁରେ ଥିବା ଘର ଗୁଡ଼ିକ ଦୀର୍ଘ ୫ ଦିନ ହେଲା ବନ୍ୟାପାଣିରେ ବୁଡ଼ି ରହିଥିବାରୁ ଘର ଗୁଡ଼ିକ ନଷ୍ଟ ହୋଇଯାଇଛି । ଘର ଭିତରେ ଥିବା ଜିନିଷପତ୍ର ସବୁ ନଷ୍ଟ ହୋଇଯାଇଛି । ଅନ୍ୟପକ୍ଷରେ ମୋଟୁ -ଠାରୁ ଚିନ୍ତୁର ସଂଯୋଗ କରୁଥିବା ୩୨୬ ନମ୍ବରବିଜୟୱଡା ରାଞ୍ଚି ଜାତୀୟ ରାଜପଥ ବର୍ତ୍ତମାନ ବି ବନ୍ୟାପାଣିରେ ବୁଡ଼ି ରହିଛି । ଫଳରେ ଉଭୟପଟେ ଶହଶହ ଯାନବାହନ ଏକ ସପ୍ତାହ ହେଲା ଫସି ରହିଛନ୍ତି । ଆଜି ଭଦ୍ରାଞ୍ଚଳମ୍ ନିକଟରେ ଗୋଦାବରୀ ନଦୀର ଜଳସ୍ତର ୫୬ଫୁଟକୁ ଖସି ଆସିଥିବା ବେଳେ ବିପଦ ସଂକେତ ଠାରୁ ୧୮ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା ।

Leave A Reply

Your email address will not be published.