
ଫୁଲବାଣୀ:- 19/07
ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ସହିତ ଲୋକସେବା ଭବନ ଭୁବନେଶ୍ୱରରେ କେପିଏଫର ସଭାପତି ତଥା ଯୁବ ସମାଜସେବୀ ରାଧାମୋହନ ମହାପାତ୍ର ଙ୍କ ଉଦ୍ୟମ ପ୍ରଶଂସନୀୟ l, ଫୁଲବାଣୀସହର ରେ ସରକାରୀ ଜମି ରେ ଆଜକୁ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଶହ ଶହ ପରିବାର ଘର ବାରି ପଟା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହା ଫଳରେ ତାଙ୍କ ପାଇଁ ସ୍ଥାୟୀ ପ୍ରମାଣପତ୍ର ହାସଲ କରିବା ପାଇଁ ବହୁତ୍ ଅସୁବିଧା ହେଉଛି, ଏହାର ସ୍ଥାୟୀ ସମାଧାନ କରିବା ସହିତ ବହୁ ବର୍ଷ ଧରି ବସବାସ କରୁଥିବା ସମସ୍ତବାସିନ୍ଦା ଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବା ପାଇଁ ଦାବି କରିବା ସହିତ ଏନେଇ ଆଲୋଚନା କରିବା ସହିତ ସମସ୍ତ ସମସ୍ୟା ଅବଗତ କରାଇଛନ୍ତି। ମୂଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ବିଷୟରେ ରାଜସ୍ୱ ବିଭାଗ ସହିତ ଆଲେଚନା କରି ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବାକୁ ଆଶ୍ଵାସନା ଦେଈ ଥିବା ନେଇ ଯୁବ ସମାଜସେବୀ ତଥା ପିପୁଲସ ଫୋରମ ସଭାପତି ମହାପାତ୍ର ସୂଚନା ଦେଇଛନ୍ତି l ଏ ସମସ୍ୟା ସମାଧାନ ହେଲେ ହଜାର ହଜାର ଲୋକ ଉପକୃତ ହେବେ। ସମସ୍ୟା ର ସମାଧାନ ନ ହେଲା ଯାଏ ଉଦ୍ୟମ ଜାରୀ ରଖିବେ ବୋଲି ମହାପାତ୍ର ଆହୁରି କହିଛନ୍ତି l