
କାଲିମେଳା ତା ୧୮/୭ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ବହୁନୁଖୀ ସମବାୟ ସମିତି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପଞ୍ଚାୟତ ର ଚାଷୀ ମାନଙ୍କୁ ମଣ୍ଡି କାର୍ଡ ପଞ୍ଜିକୃତ ନିମନ୍ତେ ଅବଗତ କରାଗଲା ପରେ, ସମସ୍ତ ପଞ୍ଚାୟତ ର ହଜାର ହଜାର ଚାଷୀ ଭାଇ ଭଉଣୀ ମାନେ ଆଜି ମଣ୍ଡି କାର୍ଡ କରିବା ନିମନ୍ତେ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ରୁଣ୍ଡ ହୋଇଥିଲେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାବାକୁ ମିଳିଥିଲା,।ମଣ୍ଡି କାର୍ଡ ନିମନ୍ତେ ଅବଗତ ଦିନ ଠାରୁ ଅନେକ ଚାଷୀ ପ୍ରତେକ ଦିନ ଆସି ଆସି ଫେରି ଯାଉଥିଲା ବେଳେ, ଆଜି ହଜାର ହଜାର ଚାଷୀ ଆସି ପଞ୍ଜି କରଣ କରିବାକୁ ଲାଇନ ଦେଇଥିଲେ।ଏହାକୁ ନେଇଚାଷୀ ମାନେ ପାଟି ତୁଣ୍ଡ କରିବା ସହ ଦାବି କରିଥିଲେ। ପ୍ରତ୍ୟେକ ପଞ୍ଚାୟତରେ, ସେହି ପଞ୍ଚାୟତ ଚାଷୀ ମାନଙ୍କୁ ପଞ୍ଜିକୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦିଅନ୍ତୁ, ଏହାକୁ ନେଇ ଆଜି କାଲିମେଳା ପଞ୍ଚାୟତ ସମିତି କାର୍ଯ୍ୟାଳୟ lସଭା ଗୃହ ରେ ଜିଲ୍ଲା ପାଳଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟ କ୍ରମରେ ବୋହୁ ସଂଖ୍ୟକ ଚାଷୀ ଭାଇ ଭଉଣୀ ମାନେ ଅଭିଯୋଗ ଜଣାଇ ଜଣାଇବା ପରେ ଉପ ଜିଲ୍ଲା ପାଳ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ନିର୍ଦେଶ କ୍ରମେ CSO ଅଜୟ କୁମାର ରଥ, ଏବଂ କାଲିମେଳା ତହସିଲଦାର ଦୁର୍ଗା ପ୍ରସାଦ ଦୋରା ସମବାୟ ସମିତି କାର୍ଯ୍ୟାଳୟ କୁ ଯାଇ ପଞ୍ଜି କରଣ ପ୍ରକ୍ରିୟା କୁ ବନ୍ଦ କରିଥିଲେ, ଜିଲ୍ଲା ପାଳ ଙ୍କ ଅବଗତି ପରେ, ଆଗାମୀ ଦିନରେ ପଞ୍ଚାୟତ ସ୍ତରୀୟ ପଞ୍ଜିକୃତ ପାଇଁ ଵେବସ୍ତା କରାଯିବ ବୋଲି କହି ଚାଷୀ ଲୋକମାନଙ୍କୁ ବୁଝା ସୁଝା କରିଥିଲେ ପରେ ଚାଷୀ ଭାଇ ଭଉଣୀ ମାନେ ନିଜ ନିଜ ଗ୍ରାମକୁ ଫେରି ଯାଇଥିଲେ l ଓ ଘଟଣା ସ୍ଥଳରେ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ସାହୁ ପୋଲିସ ଟିମ ସହିତ ପହଞ୍ଚି ସମସ୍ତ ଙ୍କୁ ରାସ୍ତା ରୁ ହଟାଇଥିଲେ।