mobile header

ନିମ୍ନମାନର ରାସ୍ତା କାମ କରୁଥିଲା ଅଭିଯୋଗ ପରେ ଠିକାଦାର ଛୁ..

ଫୁଲବାଣୀ -19/07 ଯନ୍ତ୍ରୀ ଓ ଠିକାଦାର ମିଳିମିଶି ନିମ୍ନ ମାନର ତଥା ଉପର ଠାଉରିଆ ଭାବେ କାମ କରୁଥିଲେ ହେଲେ ଅଭିଯୋଗ ହେବାପରେ ଯନ୍ତ୍ରୀ ଙ୍କ ମୋବାଇଲ ସୁଇଚ ଅଫ ଦେଖାଉଥିବା ବେଳେ ଠିକାଦାର ଜଣଙ୍କ ତରବରିଆଭାବେ କାମ ବନ୍ଦ କରି ଛୁ ମାରିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି lଏଭଳି ଖବର ମିଳିଛି ଦାରିଂବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଂଚଳ ରୁ lସୂଚନା ଯୋଗ୍ୟ ଯେ, କୁମ୍ଭାରି ଗାଂ ପଂଚାୟତ ଅନ୍ତର୍ଗତ ସରlଗୁଡି ଛକ ଠାରୁ କାଟି ଙ୍ଗିଆ ପଂଚାୟତ ର ଆଦିପାଙ୍ଗl ଯାଏ ରାସ୍ତା Thanks କାର୍ଯ୍ୟ ବାଲିଗୁଡା ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କରାଯାଉଥିଲା lସମ୍ପୃକ୍ତ ଅଂଚଳ ଏକ ମାଓ ଇଲାକା ତଥା ଦୁର୍ଗମ ଅଂଚଳ ଭାବେ ପରିଗଣିତ ହେଉଥିବାରୁ ବଡ ବଡ ବାବୁମାନଙ୍କ ପାଦ ପଡ଼େନି ଏଠାରେ lଫଳରେ ଏହାର ସୁଯୋଗ ରେ ଯନ୍ତ୍ରୀ ଓ ଠିକାଦାର ମିଶି ଉପର ଠାଉରିଆ ଭାବେ କିଛି କରି ସିଂହ ଭାଗ ଅର୍ଥ ଚଳୁ କରିବା ପାଈଁ କୁଆଡେ ଯୋଜନା କରିଥିଲେ lହେଲେ ଗୁଡି କିଆ,ଲଣ୍ଡlଗୁଡି ଗ୍ରାମଵାସୀ ଲଗାତାର ନିର୍ବାହୀ ଯନ୍ତ୍ରୀ, ଓ ମୁଖ୍ୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିବା ପରେ କା ଳେ ତଦନ୍ତ ହେବ ଆଉ ସବୁ ଗୁମର ଖୋଲିଯିବ ଭାବି ଯନ୍ତ୍ରୀଙ୍କ ଇଶାରା ରେ ଚମ୍ପଟ ମାରିଥିବା ଆଲୋଚନା ହେଉଛି lରାସ୍ତାକାମ ଏପରି ହୋଇଛି ଯେ ଗୋଡ଼ ଘସାରିଲେ ଗୁଡ଼ି ଉଠିଯାଉଛି, ହାତରେ ରାମ୍ପିଲେ ବି ଉଠିଯାଉଛି ରାସ୍ତାରୁ ଗୁଡ଼ି lଦାରିଙ୍ଗ ବାଡି ରେ ସହକାରୀ ଯନ୍ତ୍ରୀ, କିମ୍ବା କନିଷ୍ଠ ଯନ୍ତ୍ରୀ ରହୁନାହାନ୍ତି l ବେଳେ ବେଳେ ଆସୁଛନ୍ତି lସେଥିପାଇଁ ଠିକାଦାର ମାନଙ୍କ ମନମାନି ଚାଲିଛି l ଅଭିଯୋଗ କଲେ ଶୁଣୁଛି ଵା କିଏ ?ଦୁର୍ନିତୀ ନିବାରଣ ବିଭାଗ ମଧ୍ୟରାସ୍ତା କାମ ର ଭିତିରିଆ ତଦନ୍ତ ଆରମ୍ଭ କରିଥିବା ଶୁଣିବାକୁମିଳୁଛି l ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଉଛି l

Leave A Reply

Your email address will not be published.