
ଫୁଲବାଣୀ -19/07
ସରକାର କୋଟି କୋଟି ଟଙ୍କା ଖର୍ଚ କରି ପିଲାଙ୍କ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣି ବେସରକାରୀ ସ୍କୁଲ ସହ ସମକକ୍ଷ କରି, ସୁନ୍ଦର ପରିବେଶ ରେ ଉଚ୍ଚମାନର ଶୈଖିକ ବାତାବରଣ ସୃଷ୍ଟି କରୁ ଥିବା କଥା କହୁଥିବାବେଳେ ରାଇକିଆ ସ୍ଥିତ ସ୍ମାର୍ଟ ହାଇସ୍କୁଲ ସାମ୍ମୁଖ କୁ ଦେଖିଲେ ଜାଣିହେବ କିଭଳି ପରିବେଶ ରେ ସ୍କୁଲ ରେ ପାଠ ପଢ଼ା ହେଉଛି lସ୍କୁଲ ଗେଟ ମୁହଁରେ କୁଢ଼ କୁଢ଼ ପଲିଥିନ ଜାରୀ, ମଇଳାଓ ଆବର୍ଜନା ପଡ଼ିଛି ଅ lଉ ବର୍ଷl ରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି lଯାହାକି ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ପିଲାମାନେ ଅଭିଯୋଗ କରିଛନ୍ତି l
ସ୍କୁଲ ନିକଟରେ ଦୋକାନ, ବଜାର, ଥିବା ସହ ଉଠାଦୋକାନୀ ବି ଦୋକାନ ମେଲାଉଛନ୍ତି lଆଉ ସ୍କୁଲ ପାଚେରୀ ନିକଟରେ ଖାଲି ଜାଗା ଦେଖି ମଇଳା ପକାଉ ଥାଇପାରନ୍ତି l
ବିଡ଼ିଓ, ସରପଞ୍ଚ ସ୍କୁଲ କତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ପରିବେଶ ସଫା ରଖିବା ଲାଗି ଉଦ୍ୟମ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି l