mobile header

13000 ଫୁଟ ଉଚ୍ଚ ପର୍ବତରେ ଉଡ଼ିଲା କୋସଳ ରାଜ୍ୟର ବେନର l

ଦୀର୍ଘ ବର୍ଷରୁ ଲାଗିରହିଥିବା ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବି ବର୍ତମାନ ଏକ ଭିନ୍ନ ମୋଡ଼ ନେବାରେ ଲାଗିଛି l ପର୍ବତାରୋହୀଙ୍କ ପର୍ବତ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇବା ପରି କୋସଳ ରାଜ୍ୟ ଦାବି କରୁଥିବା କୋସଳ ପ୍ରେମୀ ମଧ୍ୟ 13000 ଫୁଟ ପାହାଡ଼ ଉପରକୁ ଯାଇ କୋସଳ ବେନର ସହ କୋସଳ ପତାକା ଉଡ଼ାଇଚନ୍ତି ଏବଂ ନିଆରା ଢ଼ଙ୍ଗରେ ସ୍ୱତନ୍ତ୍ର କୋସଳ ରାଜ୍ୟ ପାଇଁ ଦାବି ଜଣାଇଛନ୍ତି l ଏଣୁ ଏଣିକି କୋସଳ ରାଜ୍ୟ ପାଇଁ ତଥା ମାଁ ମାଟିର ମୁକ୍ତି ଲାଗି ଆନ୍ଦୋଳନକୁ ବ୍ୟାପକ କରିବାର ସଂକଳ୍ପ ନେଇ ଉତ୍ତରାଖଣ୍ଡ ରାଜ୍ୟର ୧୩ ହଜାର ଫୁଟ ଉପରେ ବଦ୍ରିନାଥ ଧାମରେ ପହଞ୍ଚି ଗୁହାରି କଲା କୋଶଲାଞ୍ଚଳର ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ର ସଦସ୍ୟ ବିକାଶ ଅଗ୍ରୱାଲ ଓ ତାଙ୍କ ସାଥି ।

ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷରୁ ଅଣଦେଖା ଓ ଅବହେଳା କରିବା ସହିତ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ପଶ୍ଚିମାଞ୍ଚଳ ଲୋକେ ବାଧ୍ୟ ହୋଇ ସ୍ୱତନ୍ତ୍ର କୋସଳ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ଜାରିରଖିଛନ୍ତି l ତଥାପି ମଧ୍ୟ ପଶ୍ଚିମାଞ୍ଚଳ ଲୋକଙ୍କ ମନୋଭାବ ପ୍ରତି ଆଦୌ ସମ୍ବେଦନଶୀଳ ନହୋଇ ଯେଉଁ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ କ୍ଷେତ୍ରରେ ପାତର ଅନ୍ତର କରାଯାଉଛି କୋସଳ ଆନ୍ଦୋଳନକାରୀ ଆହୁରି ଉତ୍ତେଜିତ ହୋଇ ବିଧାନସଭା ପର୍ଯ୍ୟନ୍ତ ଯାଇ ଆନ୍ଦୋଳନ କରିଛନ୍ତି l ତେବେ ଆଗକୁ ସ୍ୱତନ୍ତ୍ର କୋସଳ ରାଜ୍ୟ ଗଠନ ପାଇଁ ଏହି ଆନ୍ଦୋଳନକୁ ବ୍ୟାପକ କରିବା ସହିତ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ୟେଶରେ ବରଗଡ଼ର ସାମାଜିକ ସଙ୍ଗଠନ ସଂକଳ୍ପ ପରିବାର ଓଡ଼ିଶା ରାଜ୍ୟରୁ ଉତ୍ତରାଖଣ୍ଡ ରାଜ୍ୟକୁ ପହଞ୍ଚି ପ୍ରଥମେ ବାବା କେଦାରନାଥ ଓ ବଦ୍ରୀନାଥ ଧାମରେ କୋସଳ ରାଜ୍ୟ ଆନ୍ଦୋଳନ ପାଇଁ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଏବଂ 13000 ଫୁଟ ପାହାଡ଼ ଉପରେ କୋସଳ ରାଜ୍ୟର ମେପ ସହିତ ଦେବୀ ମାଁ ସମଲେଶ୍ଵରୀଙ୍କ ଫଟୋ ଥିବା ବେନର ସ୍ଥାପନ କରି ନିଆରା ଢ଼ଙ୍ଗରେ ସ୍ୱତନ୍ତ୍ର କୋସଳ ରାଜ୍ୟ ପାଇଁ ଦାବି କରିଛନ୍ତି l କୋସଳ ଆନ୍ଦୋଳନର ମର୍ମକୁ ବର୍ତମାନର ଯୁବପିଢ଼ି ଭଲରେ ବୁଝିସାରିଛନ୍ତି ଏବଂ ଏବେ କୋସଳ ଆନ୍ଦୋଳନ ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଲାଣି ଯାହା ଆଗାମୀ ଦିନରେ ଏକ ଜ୍ୱାଳାମୁଖୀ ହୋଇ ବିସ୍ପୋରଣ ହେବ ନିଶ୍ଚୟ l

Leave A Reply

Your email address will not be published.