mobile header

ପୁଣି ଚୀନ୍‌ର ଖରାପ ଚାଲ୍‌ – ଡୋକଲାମରେ ଗାଁ ତିଆରି କରି ରଖିଛି ଲୋକ

ନୂଆଦିଲ୍ଲୀ – ଚୀନ୍‌ ସବୁ ବେଳେ ନିଜର ପଡୋଶୀଙ୍କର ଅଞ୍ଚଳ ଦଖଲ କରି ଏହାକୁ ନିଜର ଘୋଷଣା କରିବାରେ ଧୁରନ୍ଧର । ପୂର୍ବରୁ ଲଦାଖର ଅନେକ ଅଂଶ ମାଡି ବସିଥିବା ବେଳେ ଅରୁଣାଚଳପ୍ରଦେଶକୁ ବି ନିଜର ବୋଲି ଦାବି କରୁଛି । ଡୋକଲାମ୍‌ରେ ଯେଉଁସ୍ଥାନରେ ଭାରତୀୟ ସେନା ଏବଂ ଚୀନ୍‌ ସେନାର ରକ୍ତାକ୍ତ ସଂଘର୍ଷ ଘଟିଥିଲା ସେହିସ୍ଥାନରେ ଚୀନ୍‌ ଏକ ଗାଁ ନିର୍ମାଣ କରିଛି ।

ଏନ୍‌ଡିଟିଭିରେ ବାହାରିଥିବା ଏକ ଖବର ଅନୁଯାୟୀ ଚୀନ୍‌ ନିର୍ମାଣ କରିଥିବା ଗାଁର ଘରମାନଙ୍କ ଆଗରେ କାର୍‌ ସହ ଅନ୍ୟ ଯାନବାହାନ ଦେଖିବା ପାଇଁ ମିଳିଛି । ସ୍ପେସ୍‌ସାଇନସ୍‌ କମ୍ପାନୀ ମୈକ୍ସରର ସାଟେଲାଇଟ୍‌ ଛବିରେ ଏ ସବୁ ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଚୀନ୍‌ ଭାରତ ସୀମାର ବିଭିନ୍ନ ସ୍ଥାନରେ ଚୀନ୍‌ ଗାଁ ନିର୍ମାଣ କରୁଛି । କେବଳ ଭାରତ ନୁହେଁ ଭୁଟାନ୍‌ର ବିଶାଳ ଅଂଶ ଚୀନ୍‌ ମାଡି ବସିବା ପାଇଁ ଯୋଜନା କରୁଛି । ନେପାଳର କେତକ ସୀମାବର୍ତ୍ତୀ ଗାଁକୁ ଚୀନ୍‌ ଜବରଦସ୍ତ ନିଜ କବଜାକୁ ନେଇ ସାରିଲାଣି । ଡୋକଲାମ ସହ ଚୀନ୍‌ ଅମୋଚୁକେ ନିକଟରେ ନିର୍ମାଣ କାର୍ଯ୍ୟ କରିଛି ।

ଡୋକାଲମ୍‌ ପୂର୍ବରୁ ମଧ୍ୟ ଭାରତ ଏବଂ ଚୀନ୍‌ ସେନା ସାମ୍ନା ସାମ୍ନି ହୋଇଥିଲେ । ୨୦୧୭ ମସିହାରେ ଭାରତୀୟ ସେନା ଏବଂ ଚୀନ୍‌ ସେନା ୭୩ ଦିନ ପର୍ଯ୍ୟନ୍ତ ସାମ୍ନା ସାମ୍ନି ହୋଇଥିଲେ । ଚୀନ୍‌ ସେହି ଅଞ୍ଚଳରେ ଏକ ରାସ୍ତା ନିର୍ମାଣ କରିବା ପାଇଁ କାମ ଆରମ୍ଭ କରିଥିଲା । ଏହି ଅଞ୍ଚଳ ୧୯୬୧ ନକ୍‌ସା ଅନୁସାରେ ଭୁଟାନ୍‌ର ହୋଇଥିବା ବେଳେ ଚୀନ୍‌ ନିଜର ବୋଲି ଦାବି କରୁଛି ।

Leave A Reply

Your email address will not be published.