
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟା ପଡ଼ା ଛକ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡି ଏସ ପି ତପଶ୍ଵନି କହଁର ସଦଳ ବଳେ ଛକି ରହିଥିଲେ।ଖୁଣ୍ଟି ଗୋରା ପଟରୁ ଆସୁଥିବା ଧଳା ରଙ୍ଗର ମାରୁତି ସିଆଜ କାର୍ OD 01J 7735 କୁ ଅଟକାଇ ଯାଞ୍ଚ କରିବା ଫଳରେ ଉକ୍ତ ଗାଡିରୁ ଦୁଇଟି ଜରି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଜବତ କରିଥିଲା।ଯାହାର ଓଜନ 45 କେଜି ହୋଇଥିବା ବେଳେ ଗଞ୍ଜେଇ ଆନୁମାନିକ ମୂଲ୍ୟ 3 ଲକ୍ଷ୍ୟ 95 ହଜାର ହେବ ବୋଲି ଅନୁମାନ କରାଯାଉଛି।ଉକ୍ତ ଗାଡ଼ିର ଡ଼୍ରାଇଭର ନୁରପା ଗ୍ରାମର ମାନସ କୁମାର୍ ନାଗ (30 )କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି।