mobile header

ଗଂଜେଇ ସହ ଅଟୋ ଓ ବାଇକ ଜବତ, ୨ ଗିରଫ


ଫୁଲବାଣୀ -19/07
କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ କୁ ମିଳିଛି ବଡ଼ ସଫଳତା l ଗୋଛାପଡା ଥାନାଧିକାରୀ ରଂଜିତ କୁମାର ମୁନି ଙ୍କ ନେତୃତ୍ୱ ରେ ପୋଲିସ ଟିମ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଏକ ଅଟୋ ଓ ଦୁଇଟି ବାଇକ ସହ ସତୁରି କେଜି ଗଂଜେଇ ଜବତ କରିଛି l ଏଥିରେ ସମ୍ପୃକ୍ତ ଥିବା ୨ ଗଂଜେଇ ମାଫିଆ କୁ ମଧ୍ୟା ପୋଲିସ ଗିରଫ କରିବାରେ ସଫଳ ହୋଇଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲା ଅତାବିରା ଥାନା କାଦୁଅବାହଲ ଗ୍ରାମର ନଜିର ଅହମଦ ଓ ବୋୖଦ୍ଧ ଜିଲା କଣ୍ଟାମାଳ ଥାନା ଖମାର ଗାଁ ର ରୋହିତ ଦୀପ ବୋଲି ଥାନାଅଧିକାରୀ ରଂଜିତ କୁମାର ମୁନି କହିଛନ୍ତି l
ଏହି ଦୁଇଜଣ ଗଂଜେଇ ମାଫିଆ ଦୀର୍ଘ ଦିନ ହେଲା ସମ୍ପୃକ୍ତ ଅଂଚଳ ରୁ ଗଂଜେଇ ଚୋରା ଚାଲାଣ କରିଆସୁ ଥିଲେ l ଫଳରେ ପୋଲିସ ଏମାନଙ୍କ ଉପରେ ସତର୍କ ଦ୍ରୁଷ୍ଟି ରଖିଥିଲା l
ଆଜି ଗିରଫ କରିବାରେ ସଫଳ ହୋଇଛି l
ଥାନାଧିକାରୀ ଭାବେ ରଂଜିତ କୁମାର ମୁନି ଦାଇତ୍ୱ ଗ୍ରହଣ କରିବା ପରେ ନିଜର କାର୍ଯ୍ୟ ଦକ୍ଷତା, ବିଶେଷ ଜ୍ଞାନ କୌଶଳ,ଓ ପରିଶ୍ରମ ଯୋଗୁଁ ଗଂଜେଇ ଚୋରାଚାଲାଣ ପୂର୍ବାପେକ୍ଷା ଢେର କମିଥିବା ଜଣାପଡ଼ିଛି l ଅଂଚଳ ର କୁଖ୍ୟାତ ଗଂଜେଇ ମାଫିଆ
ସାବାଡ଼ ହେଇଯାଇଛନ୍ତି lସେହିପରିଥାନାଧିକାରୀ ମୁନି ଙ୍କ ଦାଇତ୍ୱ ଗ୍ରହଣ କରିବାପରେ ଅଂଚଳ ରେ ଚୋରି, ଡକାୟତି, ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବହୁପରିମାଣରେ କମି ଯାଇଥିବା ଦେଖାଯାଇଛି l

Leave A Reply

Your email address will not be published.