mobile header

ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିଲେ ଗ୍ରାମବାସୀ: ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗରେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ

ନବରଙ୍ଗପୁରରେ ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିଲେ ଗ୍ରାମବାସୀ । ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗରେ ଝରିଗାଁ ଆଇଆଇସି ଓ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଛନ୍ତି ଉତ୍ୟେକ୍ତ ଲୋକେ । ଝରିଗାଁ ବ୍ଲକ ଝରିଗୁଡା ଗାଁରେ ଏଭଳି ଘଟଣା ଘଟିଛି । ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ପରେ ଉତେଜନା ଦେଖା ଦେଇଛି । ମହିଳାଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ ସୁଶିଲ ନାଗଙ୍କୁ ପୁଲିସ ଗିରଫ କରି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାତି ଉଠିଥିଲେ । ପୁଲିସ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ଲୋକେ ପୁଲିସ ଉପରେ ଆକ୍ରମଣ କରିଛନ୍ତି । ଝରିଗାଁ ଆଇଆଇସି ଓ ପୁଲିସର ଅନ୍ୟ କିଛି କର୍ମଚାରୀଙ୍କୁ ଲୋକେ ମାଡ ମାରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.