mobile header

ଗ୍ରାମବାସୀଙ୍କ ଅର୍ଥନୈତିକ ଉନ୍ନତି ପାଈଁ କେଲାପଡା ଜଙ୍ଗଲ ରେ ବ୍ୟାପକ ବାଉଁଶ ରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ -20/07
ଗ୍ରାମାଞ୍ଚଳ ଲୋକଙ୍କବିଭିନ୍ନ ଦରକାରୀ କାର୍ଯ୍ୟରେ ଲାଗିବା ସହ ଅର୍ଥନୈତିକ ଉନ୍ନତି ରେ ଅନେକ ସାହାଯ୍ୟ କରିଥାଏ ବାଉଁଶ lବାଡ ବୁଯିବା ସହ ଘର ଛପର, ଓ କାଗଜ ପ୍ରସ୍ତୁତ କରିବାରେ ବାଉଁଶ ର ଗୁରୁତ୍ୱ ପୁର୍ଣ ଭୂମିକା ରହିଛି l କେବଳ ସେତିକି ନୁହେଁ ମୂର୍ତ୍ତିକା କ୍ଷୟ ରୋକିବାରେ ମଧ୍ୟ ବାଉଁଶ ସାହାଯ୍ୟ କରିଥାଏ l
ଏହାକୁ ଦୃଷ୍ଟିରେ ରଖି
ଫୁଲବାଣୀ ବନ ଖଣ୍ଡ ଅଧୀନ ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ କେଲପଡା ଗ୍ରାମ ଠାରେ ବ୍ୟାପକ ବାଉଁଶ ଗଛ ଲଗାଇବାଲାଗି ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି l
ଏହି ଅବସର ରେଏଲପଡା ଆୟୋଜିତ କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଆର ସି ସି ଏଫ ପ୍ରଶାନ୍ତ କୁମାର ମିଶ୍ର,ଆଇ ଏଫ ଏସ, ଫୁଲବାଣୀ ବନଖଣ୍ଡ ଅଧିକାରୀ ବି. ଆର ପଣ୍ଡା, ଏସି ଏଫ ମଳୟ ରଞ୍ଜନ କାଲୋ, ଫିରିଙ୍ଗିଆ ରେଞ୍ଜ ଅଫିସର ବିଜୟ କୁମାର ମଲିକ ଙ୍କ ସମେତ ଉଦୟ ଗିରି, ଟିକାବାଲି, କରଡା, ସୁଦୃ କୁମ୍ପା ଆଦି ରେଞ୍ଜର, ଫରେଷ୍ଟର ସରୋଜ ମିଶ୍ର, ଓ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ lଫିରିଙ୍ଗିଆ ରେଞ୍ଜର ବିଜୟ ମଲିକ ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, ସାଙ୍ଗକୁ ବ୍ୟାପକ ସଚେତନତା ଯୋଗୁଂ ଅଂଚଳରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ହେଇପାରିବା ସହ ପୂର୍ବାପେକ୍ଷା ଜଙ୍ଗଲ ମଧ୍ୟ ବୃଦ୍ଧି ପାଇଥିବା କୁହାଯାଇଛି l


ସେହିପରି ବନ୍ୟ ପ୍ରାଣୀ ସୁରକ୍ଷା ଦିଗରେ ରେଞ୍ଜର ମଲିକ ଙ୍କ ଉଦ୍ୟମ ପ୍ରଶଂସନୀୟ l
ବର୍ତମାନ ବାଉଁଶ ଜଙ୍ଗଲ ସୃଷ୍ଟି କରି ଲୋକଙ୍କ ଆର୍ଥିକ ଉନ୍ନତି ରେ ପରିବର୍ତନ ଆସିବ ସେନେଇ ମଲିକ ଙ୍କ ଉଦ୍ୟମ କୁ ଆର ସି ସି ଏଫ ଶ୍ରୀ ମିଶ୍ର ଓ ଡ଼ିଏଫଓ ଶ୍ରୀ ପଣ୍ଡା ବେଶ ପ୍ରଶଂସା କରିବା ସହ ଏଥି ନିମନ୍ତେ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି lଏହି ରେଞ୍ଜ ଅନ୍ତର୍ଗତ ବନ୍ଧ ଗଡ଼ ଠାରେ ବିରାଟ ସୁନ୍ଦର ଓ ଆକର୍ଷଣୀୟ ନର୍ସରୀ କରାଯାଇଛି ଯେ କେହିବି ଦେଖିବ କିଛି ସମୟ ଅଟକି ପ୍ରକୃତି ସହ ନିଜକୁ କିଛିସମୟ ଉପଭୋଗ କରିବ l

Leave A Reply

Your email address will not be published.